ବିଦ୍ୟାଳୟର ତାଲାଭାଙ୍ଗି ଚୋରି
ବେଗୁନିଆ---- ବେଗୁନିଆରେ ଅବସ୍ଥିତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟରୁ ଗତକାଲି ରାତିରେ କେହି ଦୁର୍ବୁତ ୩ ଗୋଟି କୋଠରୀର ଚାବି ଭାଙ୍ଗି ବିଦ୍ୟାଳୟ ସମସ୍ତ ଜିନିଷପତ୍ର ଲୁଟି ନେଇ ଯାଇଥିବାର ଥାନାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ସାହୁ ଅଭିଯୋଗ କରିଛନ୍ତି । ବିଦ୍ୟାଳୟରେ ଥିବା ୩ ଟି ଫ୍ୟାନ,୨ ବସ୍ତା ଚାଉଳ,ଫିଲଟର,ରୋଷେଇ ବାସନ ଓ ଆଲମିରା ଚାବିଭାଙ୍ଗି ବିଭିନ୍ନ କାଗଜାତ ନଷ୍ଟ କରିବା ସହ ଆଲମିରାରେ ଥିବା ୩୩ ଶହ ଟଙ୍କା ନେଇଯାଇଛନ୍ତି । ଦରକାରୀ କାଗଜାତ ଗୁଡିକ ଆଲମିରାରୁ ବାହାର କରି ଘରସାରା ବିଛାଡି ପକାଇଛନ୍ତି । ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ବେଗୁନିଆ ବିଇଓଙ୍କୁ ଜଣାଇବା ସହ ପୋଲିସରେ ଅଭିଯୋଗ କରିବା ପରେ ଥାନା ଏସଆଇ ଶ୍ରୀକାନ୍ତ କୁମାର ପଣ୍ଡା ଓ ଏଏସଆଇ ସନାତନ ମଲିକ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା


