ads

Breaking News

ବିଦ୍ୟୁତ ତାର ଲାଗି ମଇଁଷି ମୃତ

ବେଗୁନିଆ---- ବେଗୁନିଆ ବ୍ଲକ  କଣ୍ଠାବାଡ ପଞ୍ଚାୟତର  କାନପୁର ଗ୍ରାମର ରାମ ଚନ୍ଦ୍ର ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା ଆଜି ଅପରାହ୍ନରେ ମଇଁଷି ପଲ ନେଇ  ପଣ୍ଡାଳମ-ପାଣିକୋରଡ  ଗ୍ରାମର  ଗହିରରେ  ଚରାଉଥିଲେ ।  ଅକସ୍ମାତ ଭାବରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି  ଏକ ମଇଁଷି ଉପରେ ପଡିଯାଇଥିଲା ।  ଘଟଣା ସ୍ଥଳରେ ମଇଁଷିଟିର ମୃତ୍ୟୁ  ହୋଇଥିଲା । ସଂପୃକ୍ତ ପରିବାରକୁ କ୍ଷତିପୂରଣ ଦେବା ପାଇଁ  ସାଧାରଣରେ ଦାବି ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts