ads

Breaking News

ପଖାଳ ଖାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଲେ ଚାଷୀ


 ବରଗଡ଼---- ଧାନ ମଣ୍ଡିରେ ଧାନ ନ ଉଠିବାରୁ  ଚାଷୀମାନେ ବରଗଡ  ଜିଲ୍ଲାପାଳଙ୍କ ଅଫିସ ଆଗରେ ପଖାଳ ଖାଇ ପ୍ରତିବାଦ କରିଛି ।ରୋଗ,ପୋକ,ଖରା, ବର୍ଷା,ଶୀତ ଦୈବୀ ଦୁର୍ବିପାକ ସହିତ ଲଢ଼ି ଚାଷୀ ଫସଲ ଉତ୍ପାଦନ କରେ।କିନ୍ତୁ ଫସଲ ଅମଳ ପରେ ତାର ପ୍ରକୃତ ଅଗ୍ନି ପରୀକ୍ଷା ଆରମ୍ଭ ହୁଏ। ବାରମ୍ବାର ବଦଳୁଥିବା ଆଇନ କାନୁନ ପ୍ରଶାସନିକ ଅବହେଳା ଅସାଧୁ ବ୍ୟବସାୟୀ ତଥା ଅଧିକାରୀ ମାନଙ୍କ ଯୋଗୁଁ ଚାଷୀ ନିଜ କଷ୍ଟ ଉପାର୍ଜିତ ଫସଲ ବିକ୍ରି କରିବାରେ ନାହିଁ ନଥିବା ଅସୁବିଧାର ସମ୍ବୁଖିନ ହୁଏ। ଏଥିପାଇଁ ବେଳେ ବେଳେ ଚାଷୀ ଅଭିନଭ ପ୍ରତିବାଦ କରିବାକୁ ବାଧ୍ୟ ହୋଇଥାଏ।ଏହିପରି ଏକ ଅଭିନଭ ପ୍ରତିବାଦ କରିଛନ୍ତି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସାଲେ ପାଲି ଅଞ୍ଚଳର ଚାଷୀମାନେ। ସାଲେ ପାଲି ଧାନ କ୍ରୟ କେନ୍ଦ୍ରରେ ଏପର୍ଯ୍ୟନ୍ତ ମାତ୍ର ଆଠ ହଜାର ବସ୍ତା ଧାନ କିଣା ଯାଇଛି।ଏଠାରେ ଆଉ ୩୫ ହଜାର ବସ୍ତା ଧାନ ବିକ୍ରୟ ନ ହୋଇ ପଡିରହିଛି।ଏହି ଅଞ୍ଚଳର ଚାଷୀମାନେ ନିଜ ଧାନ ବିକ୍ରି କରିବା ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରୀ କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ନଥିଲା।ଫଳରେ ସମସ୍ତ ଚାଷୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ପଖାଳ ଖାଇ ଏହି ଅବ୍ୟବସ୍ଥା ବିରୁଦ୍ଧରେ ବିରୋଧ କରିଥିଲେ।ଜିଲ୍ଲା ଯୋଗାଣ ଅଧିକାରୀ ଦୁର୍ଗା ଚରଣ ଭେସ୍ରା ୧୦ଦିନ ମଧ୍ୟରେ ଧାନ ଉଠାଯିବା ପାଇଁ ଚାଷୀ ମାନଙ୍କୁ ପ୍ରତିଶୃତି ଦେବାରୁ ଚାଷୀମାନେ ଧାରଣାରୁ ଓହରିଥିଲେ।ଏହି ପ୍ରତିବାଦରେ ଅଞ୍ଚଳର ବହୁ ଚାଷୀ ଅଂଶ ଗ୍ରହଣ କରିଥିଲେ।ଉଭୟ ରବି ଓ ଖରିଫ ଫସଲ ଅମଳ ସମୟରେ ଏହି ସମସ୍ୟା ଲାଗି ରହୁଛି।ଆନ୍ଦୋଳନ ହେବା ପରେ ହିଁ ପ୍ରଶାସନ ସକ୍ରିୟ ହୋଇଛି।
ନବୀନ ଦାଶଙ୍କ ରିପୋର୍ଟ

ads

Blog Archive