ads

Breaking News

ରକ୍ଷକ ସାଜିଲା ଭକ୍ଷକ,ଗୋ ସୁରକ୍ଷା ନାମରେ ଗୋରୁ ବେପାର କରି ବନ୍ଧା ହେଲେ ଗୋ ସୁରକ୍ଷା କର୍ମୀ

ବେଗୁନିଆ---- ହିନ୍ଦୁ ଧର୍ମରେ ଗୋରୁ ମାନଙ୍କୁ  ସମସ୍ତେ ପୂଜା କରିଥାନ୍ତି । କିନ୍ତୁ ଯଦି ଜଣେ ହିନ୍ଦୁ ବ୍ୟକ୍ତି ନିଜକୁ  ଆନିମଲ ଫୋରମର ସଦସ୍ୟ କହି ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ହାତ କରି ଗୋରୁ ବେପାରୀଙ୍କ ଠାରୁ ବଟି ଆଦାୟ କରିବା ସହିତ ଗୋ ସୁରକ୍ଷା ନାମରେ ଗୋରୁ ବେପାର  କରନ୍ତି ତାହା ହେଲେ ଲୋକେ କହିବା କହିବେ କାହାକୁ ।  ବାଡ ଯଦି ଫସଲ ଖାଏ  ଏବଂ ରକ୍ଷକ ଯଦି ଭକ୍ଷକ ସାଜେ ତାହେଲେ ଗୋରୁମାତା ମାନଙ୍କ ସୁରକ୍ଷା ବିପଦ ନିଶ୍ଚୟ ହେବ ବୋଲି ଲୋକମାନେ କହନ୍ତି । ବେଗୁନିଆ ଥାନାରେ  ସେହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଯାଇଛି ।   ନିଜକୁ ଆନିମଲ ଫୋରମର ସଦସ୍ୟ  ବୋଲାଉଥିବା  ଜଣେ ବ୍ୟକ୍ତିଙ୍କୁ  ପୋଲିସ ଗିରଫ କରି ଅଭିଯୁକ୍ତକୁ  କୋର୍ଟ ଚାଲାଣ କରିଛି । ସୁଚନା ଥାଉକି  ଗତ  ଅପ୍ରେଲ ମାସ ୧୪ ତାରିଖ ସନ୍ଧ୍ୟାରେ  ବେଗୁନିଆ ଥାନା ଅନ୍ତର୍ଗତ କଡବ ଗ୍ରାମର ଆଦିବାସୀ ସାହିରେ ବନ୍ଧା ହୋଇଥିବା ୫୦ ରୁ ଉର୍ଦ୍ଧ୍ୱ  ଗୋରୁଙ୍କୁ  ଲକଡାଉନ ସମୟରେ ବେଗୁନିଆ ,ବୋଲଗଡ ତହସିଲଦାର,ଏସଡିପିଓ ଖୋର୍ଦ୍ଧା ଓ ବେଗୁନିଆ ଥାନା ଅଧିକାରୀ  ଖବର  ପାଇ ଘଟଣା ସ୍ଥଳରେ ପହଞ୍ଚି  ଗୋରୁଗୁଡିକୁ  ଜବତ କରିଥିଲେ ।  ମାତ୍ର କେହି ଦାବୀଦାର ନଥିବାରୁ  ସେଗୁଡିକୁ ପଦାରେ ଛାଡିଦେବା ଘଟଣା ଏବେ ଭିନ୍ନ ମୋଡ ନେଇଛି । ଏହି ଘଟଣାରେ ବେଗୁନିଆ ଥାନାର ଜଣେ କନେଷ୍ଟବଳ ନିଲମ୍ବିତ ହୋଇଥିବା ବେଳେ  ଗୋରୁ ବିକ୍ରୀ କରିବା ଅଭିଯୋଗରେ ପୋଲିସ  ୫ ଜଣଙ୍କୁ ଗିରଫ କରି  ପୂର୍ବରୁ  କୋର୍ଟ  ଚାଲାଣ କରିଥିଲା । ଆଜି ସକାଳେ ଏହି ଘଟଣାରେ ସଂପୃକ୍ତ  ଏବଂ ଗୋରୁ ଅଦଳବଦଳ କରିବା ଅଭିଯୋଗରେ ଏସଆଇ ବିଜୟ କୁମାର ମଲିକ    ଆନିମଲ ଫୋରମର ସକ୍ରିୟ ସଦସ୍ୟ  ସନ୍ତୋଷ ଦାସଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିଛନ୍ତି । ତାଙ୍କର ଜାମିନ ନାମଞୁର ହେବାରୁ ୧୭ ତାରିଖ ପର୍ଯ୍ୟନ୍ତ  ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ଏହି ଘଟଣାରେ ଆଉ କିଏ କିଏ  ବଳି ପଡିବେ ତାହା ଦେଖିବା ପାଇଁ ଜନସାଧାରଣ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି `
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts