ads

Breaking News

ବ୍ୟବସାୟୀଙ୍କ ପରଲୋକରେ ବରୀ-ମାଉଣ୍ଡ ବନ୍ଦ

ବରୀ -ବରୀ ବ୍ଲକ ଅନ୍ତର୍ଗତ ବରୀ ମାଉଣ୍ଡ ମୁଖ୍ୟ ବଜାରରେ ବ୍ୟବସାୟୀ  କାତ୍ତିକ ଚନ୍ଦ୍ର ସାହୁ (୭୦)ଙ୍କ ପରଲୋକ ଘଟିଛି । ପ୍ରକାଶ ଥାଉକି ଗତ କାଲି ପୂର୍ବାହ୍ନରେ ନିଜ ବାସଭବନରେ ରମ୍ପାଠାରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସାହୁ ଦୀର୍ଘ ଦିନ ଧରି ହୃଦ ରୋଗରେ ପିଡତ ହୋଇ ଚିକିତ୍ସତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ପାଇଁ ବରୀ ବଜାର କମିଟ ପକ୍ଷରୁ ବରୀ ବଜାରକୁ ବନ୍ଦ କରାଯାଇଥିଲା । ପରେ ବଜାର କମିଟର ସଭାପତି,ସମ୍ପାଦକ ଓ ସଭ୍ୟମାନେ ତାଙ୍କ ବାସ ଭବନରେ ପହଂଚି ଶ୍ରଦ୍ଧାଂଜଳି ଦେବା ସହିତ  ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଥିଲେ । ସେହି ପରି ରମ୍ପା ପଞ୍ଚାୟତର ସରପଞ୍ଚ ବିଜୟ କିଶୋର ସାହାଣୀ ସମିତି ସଭ୍ୟ ପ୍ରଣବ କୁମାର ଦାସ ସାହୁଙ୍କ ବିୟୋଗରେ ଗଭିର ଶୋକ ପ୍ରକାଶ କରିଛନ୍ତି । 
ଯାଜପୁର ବରୀ - ଦର୍ଶନ ବେହେରା

ads

Blog Archive

Popular Posts