ads

Breaking News

ବେଗୁନିଆରେ ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକ

ବେଗୁନିଆ---- ଉତ୍କଳମଣ ି ପଣ୍ଡିତ ଗୋପବନ୍ଧୁ  ଦାସଙ୍କ ୯୨ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି ।  ସ୍ଥାନୀୟ  ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାପିତ  ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ  ମାଲ୍ୟାର୍ପଣ  କରାଯାଇଥିଲା । ଏଠାରେ ସଙ୍ଗରୋଧ କେନ୍ଦ୍ର ହୋଇଥିବାରୁ  ସ୍ଥାନୀୟ ପ୍ରଶାସନ ପକ୍ଷରୁ  ୧୪୪ ଧାରା ଜାରି ସହ  ନିଷିଦ୍ଧାଞ୍ଚଳ  ଘୋଷଣା କରାଯାଇଛି ।   ନିକଟସ୍ଥ ନୂଆସାହି ଶ୍ରୀ ଜଗନ୍ନାଥ ମନ୍ଦିର ସଂଲଗ୍ନ  ଆମ୍ରକାନନ ପରିସରରେ ପଣ୍ଡିତ ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ  ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ,ପୂର୍ବତନ ସରପଂଚ ନବ କିଶୋର ସ୍ୱାଇଁ ,ସାମ୍ବାଦିକ ବିବେକାନନ୍ଦ ମିଶ୍ର,ଆଇନଜୀବୀ ପ୍ରଦୀପ କୁମାର ମଙ୍ଗରାଜ,ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ,ପାଲା ଗାୟକ ବସନ୍ତ କୁମାର ଦାସ,ଶ୍ରୀମାନ ଓମ ପ୍ରକାଶ ମିଶ୍ର,ଶିକ୍ଷକ ସତ୍ୟବାଦୀ ସାହୁ ପ୍ରମୁଖ  ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ଶେଷରେ ସମାଜସେବୀ ରାଜ କିଶୋର ସାହୁ ଧନ୍ୟବାଦ ଦେଇଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

ads

Blog Archive

Popular Posts