ads

Breaking News

ଓଡ଼ଗାଁ ଆଦର୍ଶ ଥାନାରେ ନୂତନ ଆଇ .ଆଇ.ସି ଙ୍କ କାର୍ଯ୍ୟରେ ଯୋଗଦାନ


ଓଡ଼ଗାଁ/କୁରାଳ: ନୟାଗଡ଼ ଜିଲ୍ଲାରେ ଥିବା ଏକମାତ୍ର ଓଡ଼ଗାଁ ଆଦର୍ଶ ଥାନାରେ ନୂତନ ଆଇ.ଆଇ.ସି ଭାବେ ପ୍ରଜ୍ଞାପାରମିତା ଜେନା ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ପୂର୍ବରୁ କ୍ରାଇମବ୍ରାଞ୍ଚରୁ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇ ଆସି ନୟାଗଡ଼ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇଥିଲେ ।ଗତକାଲି ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ତାଙ୍କୁ ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ଭାବେ ନିଯୁକ୍ତି କରାଇଥିଲେ ।ଦୀର୍ଘ ବହୁଦିନ ଧରି ଓଡ଼ଗାଁ ଆଦର୍ଶ ଥାନାରେ ଆଇ.ଆଇ.ସି ପଦବୀ ଖାଲି ଥିବାରୁ ନୂତନ ଆଇ.ଆଇ.ସି ନିଯୁକ୍ତି କରାଇବା ପାଇଁ ସାଧାରଣରେ ଦାବି ଉଠୁଥିଲା । ନୂତନ ଆଇ.ଆଇ.ସିଙ୍କ  ଯୋଗଦାନ ପରେ ଓଡ଼ଗାଁ ଅଂଚଳରେ ଅପରାଧର ମାତ୍ରା କମିବ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି 

ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts