ads

Breaking News

ଗ୍ରାମ ଚିହ୍ନିତ ଫଳକ ଭାଙ୍ଗିଦେଲେ ଯୁବକ ଥାନାରେ ଅଭିଯୋଗ

ଡେଲାଙ୍ଗ  --- ମିଶନଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ସଂଘ ପକ୍ଷରୁ କରାଯାଇଥିବା  ଗ୍ରାମ ଚିହ୍ନିତ ଫଳକକୁ ଦୁଇଜଣ ଯୁବକ ଭାଙ୍ଗି ଦେଇଛନ୍ତି । ସୁଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିସ୍ପତି କ୍ରମେ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘ କୁମୁଣ୍ଡାଳ ଗ୍ରାମ  ଢ଼ଳେଇ ରାସ୍ତା କାମ କରିଛି ।  ଉକ୍ତ କାର୍ଯ୍ୟାର ଫଳକ ତିଆରି କରାଯାଇଥିଲା । ଅନ୍ୟ ପକ୍ଷେ ଡେଲାଙ୍ଗ- ଖୋର୍ଦ୍ଧା ରାସ୍ତାର ବଣିବକ୍ରେଶ୍ୱର ଓ ଘୋରଡିଆ ଗ୍ରାମକୁ ସୁଚିତ କରୁଥିବା ଫଳକର ବିପରିତ ପାଶ୍ୱର୍ରେ କୁମୁଣ୍ଡାଳ ଗ୍ରାମକୁ ସୁଚିତ କରିବା ପାଇଁ ଗୋଟିଏ ଫଳକ ତିଆରି କାର୍ଯ୍ୟା  ଚାଲିଥିଲା । ସେହି ସମୟରେ କୁଆପଦା ଗ୍ରାମର ଜୟନ୍ତ ପାଇକରାୟ ଏକ ମଟର ସାଇକେଲରେ ଅନ୍ୟ ମାନଙ୍କ ସହ ଆସି କାମ କରୁଥିବା ମିସ୍ତ୍ରୀଙ୍କୁ ଗାଳି ମନ୍ଦ କରିବା ସହ ସୁଚନା ଫଳକଟିକୁ ଭାଙ୍ଗି ଦେଇଛନ୍ତି । ଯାହାକି ମହାସଂଘର ଉନ୍ନୟନ କାର୍ଯ୍ୟରେ ବାଧକ ସାଜୁଛନ୍ତି ବୋଲି  ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିବା ଜଣାପଡିଛି । ଡେଲାଙ୍ଗ ଥାନା ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି    

ads

Blog Archive

Popular Posts