ads

Breaking News

ଯୂବକ ମାନଙ୍କର ଉନ୍ନତ କାଣ୍ଡ କ୍ୱାରେଣ୍ଟାଇନ କେନ୍ଦ୍ରରେ ପଶି ଭଙ୍ଗାରୁଜା ଥାନାରେ ଅଭିଯୋଗ

ଡେଲାଙ୍ଗ ------ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ଗ୍ରାମ ପଞ୍ଚାୟତର ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ୱାରେଣ୍ଟାଇନ କେନ୍ଦ୍ର କରାଯାଇଛି । ବୁଧବାର କ୍ୱାରେଣ୍ଟାଇନ କେନ୍ଦ୍ର ମଧ୍ୟକୁ ସ୍ଥାନୀୟ ଯୁବକ ମାନେ ଯୋର ଜରବଦସ୍ତ ପଶି ଭଙ୍ଗାରୁଜା କରିଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି । ସୁଚନା ଯୋଗ୍ୟ ଯେ ବୁଧବାର ଅପରାହ୍ନ ୩ଟା ସମୟରେ ସୁରଜ ମହାପାତ୍ର, ରାକେଶ ଧାଉଡିଆ, ବଳ ସାମନ୍ତରାୟ ତିନିଜଣ ଯୁବକ କ୍ୱାରେଣ୍ଟାଇନ କେନ୍ଦ୍ର ମଧ୍ୟକୁ ପ୍ରବେଶ କରି ଘରର କବାଟ ଭାଙ୍ଗିବା ସହ ପାଣି ଟାଙ୍କି, ବେଡ ସହିତ ବିଦ୍ୟାଳୟର ଗେଟ ଭାଙ୍ଗି ଦେଇଛନ୍ତି । ଏହି ସମୟରେ ସେଠାରେ ଉପସ୍ଥିତ ଥିବା  ସୁଦର୍ଶନ ବଳିୟାରସିଂହ ଓ ସନ୍ତୋଷ କୁମାର ବଳିୟାରସିଂହ ଅଶ୍ଳିଳ ଭାଷାରେ ଗାଳୁ ଗୁଳଜ କରିବା ସହ ଧମକ ଚମକ ଦେଇଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ  କରାଯାଇଛି । ସ୍ଥାନୀୟ ସରପଞ୍ଚ କୁନିମଣି ରାଉତରାୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବରାଳ ଓ ବିକ୍ରମ କେଶରୀ ମିଶ୍ର, ସନ୍ତୋଷ ଧାଉଡିଆ, ସୋମେଶ ବଳିୟାରସିଂହକୁନି ବଳିୟାରସିଂହ କ୍ୱାରେଣ୍ଟାଇନ କେନ୍ଦ୍ର ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନେ ଅଭିଯୋଗ କରିଥିବା ଜଣାପଡିଛି ।
  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts