ହରିରାଜପୁର ରାଜସ୍ୱ ନୀରିକ୍ଷକ ବଦଳିଲେ
ଡେଲାଙ୍ଗ---- ଡେଲାଙ୍ଗ ତହସିଲ ଅଧିନରେ ଥିବା ହରିରାଜପୁର ରାଜସ୍ୱ ନୀରିକ୍ଷକ ଦିପ୍ତି ପ୍ରସାଦ ମହାପାତ୍ରଙ୍କ ବଦଳି କରାଯାଇଛି । ଉକ୍ତ ରାଜସ୍ୱ ନୀରିକ୍ଷକ ଅନେକ ସମୟରେ ସ୍ଥାନିୟ ଲୋକଙ୍କ ସହିତ ବିବାଦ ଭିତରେ ଫସି ରହିଥିବା ନଜର ରହିଛି । ଏପରିକି ତାଙ୍କ ବ୍ୟବହାର ଓ ତାଙ୍କ କାର୍ଯ୍ୟକୁ ନେଇ ସ୍ଥାନିୟ ଲୋକମାନେ ହରିରାଜପୁର ଫାଣ୍ଡି ଆଗରେ ଧାରଣା ଦେଇଥିଲେ ।ଏହି ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ହରିରାଜପୁର ଆରଆଇ ଶ୍ରୀ ମହାପାତ୍ରଙ୍କୁ ଇନ୍ଦିପୁର ଆରଆଇ କାର୍ଯ୍ୟାଳୟ କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଇନ୍ଦିପୁର ଆରଆଇ କୃର୍ଷ୍ଣ ଚନ୍ଦ୍ର ନାୟକ ଙ୍କୁ ଦାୟିତ୍ୱ ଦିଆଯାଇଥିବା ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆଙ୍କ ଠାରୁ ପ୍ରକାଶ । ଏହି ନିର୍ଦ୍ଦେଶ ନାମା ପ୍ରକାଶ ପାଇବା ପରେ ହରିରାଜପୁର ପଞ୍ଚାୟତର ଅନେକ ଜନସାଧାରଣ ଡେଲାଙ୍ଗ ତହସିଲଦାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


