ଅତାବିରାରେ କଳା ବାଇକର ଆତଙ୍କ
ବରଗଡ଼ ----- ଚୋରୀ ଡକାୟତିକୁ ରୋକିବା ପାଇଁ ରାଜରାସ୍ତାରେ ସରକାରଙ୍କ ପକ୍ଷରୁ ସି ସି କ୍ୟାମେରା ଲଗାଯାଇଛି । ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଦିନ ଦ୍ବୀପହରେ ଚୋରୀ ଡକାୟତି ଲୁଟମାର ଘଟଣା ଯେମିତି ନିତିଦିନିଆ ହେଇଛି । ଏବେ ଲୋକଙ୍କ ନିଦ ହଜାଇ ଦେଇଛି।ଲୋକେ ଘରୁ ବାହାରି ଯିବାକୁ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି। ଲୁଟେରା ମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି । କରି ନିର୍ଭିଘ୍ନରେ ଛୋଟ ମୋଟ ଘଟଣା ଘଟାଇ ଦୌରାତ୍ମ ବଢ଼ାଇ ଚଲିଛନ୍ତି । ଲକଡାଉନରେ ପୋଲିସର କଡା ପହରା ଥାଇ ଦୁର୍ବୃତ୍ତ ମାନେ କେମିତି ନୂଆ ନୂଆ କାଣ୍ଡ ମାନ ଘଟାଇ ଫେରାର ମାରୁଛନ୍ତି । ପୋଲିସର ଅପାରଗତାକୁ ଆଙ୍ଗୁଳି ଦେଖାଉଛି। ଅତାବିରା ଝାନ୍ସି ନଗର ଗାୟତ୍ରୀ ପଡାର ଜଣେ ମହିଳା ଘରକୁ ଯାଉ ଥିବା ସମୟରେ ଦିନ ୧୦ଟା ବେଳେ ତାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୁତ୍ର ଲୁଟି ନେଇ କଳା ରଙ୍ଗର ମଟର ସାଇକେଲରେ ଫେରାର ହୋଇ ଯାଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।ଏନେଇ ଅତାବିରା ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୋଲିସ ବାବୁ ମାନଙ୍କର ଦେଖା ନଥିବା ଅଞ୍ଚଳରେ ବେଶ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଏହି ଦୁବୁର୍ତ୍ତ ମାନଙ୍କ ସହ ପୋଲିସ ବାବୁ ମାନଙ୍କର ହାତ ନାହିଁ ତ। ଯାହା ବିଗତ ଦିନରେ ଯାନିଯାତ୍ରାରେ ଜୁଆ ଖେଳ,ସଟ୍ଟାଖେଳ, ତୀରଖେଳ, ମାଡ଼ପିଟ,ବେକରୁ ସୁନାଚେନ ଲୁଟ,ନିଶା କାରବାର ସହ ହାତରୁ ଟଙ୍କା ଲୁଟ ଘଟଣା ଠାରୁ ଆରମ୍ଭ କରି ଭାଲୁପତ୍ରା ବୋମା ବିସ୍ଫୋରଣ ଘଟଣାକୁ ପାଖାପାଖି ଦୁଇ ବର୍ଷ ପୁରିବାକୁ ଥିଲେ ହେଁ ଏବେ ପର୍ଯ୍ୟନ୍ତ ପୋଲିସର ହାତ ଖାଲି ରହୁଥିବା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସେହିପରି କିଛି ଦିନ ତଳେ କଳା ବାଇକର ଦୌରାତ୍ମ ବୃଦ୍ଧି ପାଇଥିଲା । ଜହ୍ନାପଡା ବ୍ରିଜ ନିକଟରେ ଲୁଟମାର ଘଟଣା,ଆଜି ପୁଣି ସେହି କଳା ରଙ୍ଗର ମଟର ସାଇକେଲ ଆରୋହୀ ଆତଙ୍କ ଖୋଳାଇଛି । ଦେଖାଯାଉ ଆଉ କେତେ ଓ କୋଉଁଭଳି ଘଟଣା ଘଟିଲେ ପ୍ରଶାସନର ନିଦ ଭାଙ୍ଗିବ ବୋଲି ଲୋକମାନେ କହନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ


