ଗ୍ରାମବାସୀଙ୍କୁ ଗୋଷ୍ଠି ସଂକ୍ରମଣରୁ ରକ୍ଷା କରିବା ପାଇଁ ସରପଞ୍ଚ ପ୍ରୟୋଗକଲେ ଜିଲ୍ଲାପାଳ କ୍ଷମତା
ଓଡ଼ଗାଁ/କୁରାଳ - ଗତକାଲି ମଧ୍ୟରାତ୍ରରେ ଓଡ଼ଗାଁ ଅଞ୍ଚଳର ସଙ୍ଗରୋଧଗୃହ ଅବଧି ସାରିଘରକୁ ଫେରିଥିବା କୋମଣ୍ଡ ଗ୍ରାମପଞ୍ଚାୟତ ମଶାଣିସାହିର ଦୁଇ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଅଛି ।ଉଭୟ ଆକ୍ରାନ୍ତ ଦୀର୍ଘ ୫ତଳେ ଗାଁକୁ ଫେରିଥିଲେ ସୁଦ୍ଧା ଘରେ ସଙ୍ଗରୋଧରେ ନ ରହି ସମ୍ପୂର୍ଣ୍ଣ ଗାଁ(ସେଳୁନ,ମାର୍କେଟ)
ବୁଲିଛନ୍ତି । ଗୋଷ୍ଠୀ ସଂକ୍ରମଣରୁ ଗ୍ରାମବାସୀଙ୍କୁ ରକ୍ଷା କରିବା ପାଇଁ କୋମଣ୍ଡ ସରପଞ୍ଚ ସୁଶାନ୍ତ ଦଳେଇ ନିଜର ଜିଲ୍ଲାପାଳ କ୍ଷମତା ବ୍ୟବହାର କରି କୋମଣ୍ଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ (ଉଦୟପୁର,ପଥରା, ନୋତରପଲ୍ଲୀ,ନବରତ୍ନପୁରଏବଂ କୋମଣ୍ଡ ପ୍ଞ୍ଚାୟତର ସମସ୍ତ ସାହି ଆସନ୍ତା ୧୨.୦୬.୨୦୨୦ ୧୧ଘଟିକା ଠାରୁ ୧୫.୦୬.୨୦୨୦ ଶେଷ ପର୍ଯ୍ୟନ୍ତ ଦୀର୍ଘ ୭୨ ଘଣ୍ଟା ପାଇଁ ସମ୍ପୁର୍ଣ୍ଣ ଅଞ୍ଚଳକୁ ସଟ ଡାଉନ ଘୋଷଣା କରିଛନ୍ତି ।
ଏହି ସଟ ଡାଉନ ସମୟରେ ଜରୁରୀକାଳୀନ ସେବା ଯଥା ଡାକ୍ତରଖାନା,ମେଡ଼ିସିନ ଷ୍ଟୋର ଖୋଲା ରହିବ ।
ଏହି ଚିଠିର ଏକ ଅବିକଳ ନକଲ ମନ୍ତ୍ରୀ ତଥା ବିଧାୟକ ଅରୁଣ କୁମାର ସାହୁ ,ଉପଜିଲ୍ଲାପାଳ, ଆରକ୍ଷୀଅଧିକ୍ଷକ,ତହସିଲଦାର ,ବିଡ଼ିଓଙ୍କ ପାଖକୁ ପଠାଇଛନ୍ତି ।
ରିପୋର୍ଟ-ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ




