ads

Breaking News

୩୧ତମ ମା ମଙ୍ଗଳା କ୍ରିକେଟ ଚାମ୍ପିୟନ ଟ୍ରଫି



ଓଡ଼ଗାଁ ---  ପାଣ୍ଡେରିପଡା ଆଜି ସ୍ଥାନୀୟ ଶତୃଘ୍ନ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ତୃତୀୟ ଲିଗ    ଇଗଲ କ୍ଲବ ଗୋଡିପଲ୍ଲୀ , ଏନସିସି କ୍ଲବ ବାହାଡଝୋଲାକୁ ଭେଟିଥିଲା। ପ୍ରଥମେ ଟସ ଜିଣି ଏନସିସି କ୍ଲବ ବାହାଡ଼ଝୋଲା ୨୦ ଓଭରରେ ୫ ଉଇକେଟ ବିନିମୟରେ ୧୦୭ ରନ କରିବାରେ ସକ୍ଷମ ହୋଇଥିଲା। ୧୦୮ ରନର ବିଜୟ ଲକ୍ଷ୍ୟ ପିଛା କରି ଇଗଲ କ୍ଲବ ଗୋଡିପଲ୍ଲୀ ବିନା କୌଣସି ଉଇକେଟ ନ ହରାଇ କେବଳ ୯ ଓଭର ୩ ଗୋଟି ବଲରେ ବିଜୟୀ ହେବାରେ ସଫଳ ହୋଇଥିଲେ। ଇଗଲ କ୍ଲବ ଗୋଡିପଲ୍ଲୀ ତରଫରୁ ଜିତୁ ସର୍ବାଧିକ ୨୦ ବଲରେ ୪୦ ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।ଆଜିର ମ୍ୟାଚକୁ ଦୁଇ  ପୁରୁଣା ଖେଳାଳି ବିଭୁଦତ୍ତ ପରିଡା ଏବଂ ବ୍ରହ୍ମା ନନ୍ଦ ପରିଡା ପରିଚାଳନା କରିଥିଲେ ।  ଆସନ୍ତା କାଲି କୁଟୁଣି ଏବଂ ଡିମିରିପଲ୍ଲୀ ମଧ୍ୟରେ ଚତୁର୍ଥ ଲିଗ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ ଅଭୟ କୁମାର ପ୍ରଧାନ   ସୂଚନା ଦେଇଛନ୍ତି।
 ଓଡ଼ଗାଁ/ କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts