ads

Breaking News

ଭୁଲ୍ ଇଞ୍ଜେକସନ୍ ପାଇଁ ରୋଗୀର ଜୀବନ ଗଲା


  ଡେଲାଙ୍ଗ----- ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର କେତେକ ଦାୟିତ୍ଵ ହୀନ କର୍ମଚାରୀ ଙ୍କ ଯୋଗୁଁ ଜନଜୀବନ ଯାଉଥିବା ଜଣାପଡିଛି । ଆଜି ଡେଲାଙ୍ଗ ମେଡିକାଲ ର ଫାର୍ମାସିଟ୍ ଙ୍କ ଭୁଲ୍ ଇଞ୍ଜେକସନ୍ ପାଇଁ ରୋଗୀର ଜୀବନ ଗଲା ବୋଲି ତାଙ୍କ ପରିବାର ଓ ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି । ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆଜି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରତାପଡା ଗ୍ରାମର କବିନ୍ଦ୍ର ବେହେରା ତାଙ୍କ ବେକରେ  ପବନ ରହି ଯାଇଥିବାରୁ ଚିକିତ୍ସା ପାଇଁ ଡ଼େଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆସି ଥିଲେ। ସେଠାରେ ଉପସ୍ଥିତ ଫାର୍ମାସିଟ୍ ତାଙ୍କୁ ପରୀକ୍ଷା ନକରି ଇଞ୍ଜେକସନ୍ ଦେଇଥିଲେ।  ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି  ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts