ads

Breaking News

ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ଵାସ୍ଥ୍ୟ ଶିବିର



  ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ସ୍ୱାସ୍ଥ୍ୟ ଶିବିର ଟି ରାମଚଣ୍ଡୀ ମନ୍ଦିର ର ପ୍ରତିଷ୍ଠା ଦିବସ ପାଇଁ ଜନ କଲ୍ୟାଣ କୁଳିତା ସମାଜ ପକ୍ଷରୁ ଆୟୋଜନ କରାଯାଇଥିଲା । କୁଳିତା ମହାସଭାର କାର୍ଯ୍ୟକାରୀ ସଭାପତି ବେଲାଲ ସିଂ ଭୋଇଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ପ୍ରାରମ୍ଭରେ କୁନି କୁନି ପିଲା ମାନଙ୍କ ଦ୍ୱାରା ମାଁ ରାମଚଣ୍ଡୀଙ୍କ ଗୀତ ପରିବେଷଣ କରାଯାଇଥିଲା।ଶିବିରରେ ଚକ୍ଷୁ,ଶିଶୁ,ଶଲ୍ୟ ପ୍ରମୁଖର ଚକିତ୍ସା ପାଇଁ ୯୪୨ଜଣ ରୋଗୀ ପରୀକ୍ଷ ନିରୀକ୍ଷା ପାଇଁ ଏଠାକୁ ଆସିଥିଲେ। ଡ଼ଃ ପଳଉ ପ୍ରଧାନ,ଡ଼ଃ ସତ୍ୟଜିତ ସାହୁ,ଡ଼ଃ ଭକ୍ତବନ୍ଧୁ ବିଶ୍ୱାଳ ତଥା ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟର ଚିକିତ୍ସା ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ଆସିଥିବା ବିଭିନ୍ନ ରୋଗୀ ମାନଙ୍କୁ ପରୀକ୍ଷା ନିରୀକ୍ଷା କରି ସମସ୍ତଙ୍କୁ ମାଗଣାରେ ଔଷଧ ଦିଆଯାଇଥିଲା।କାର୍ଯ୍ୟକ୍ରମକୁ ଦିବାକର ପ୍ରଧାନ,ଦଖିଲ ପ୍ରଧାନ,ନିର୍ମଳ ପ୍ରଧାନ,ସୁରେନ ସ୍ୱାଇଁ,ଅରୁଣ ପ୍ରଧାନ, ଦିଲୀପ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts