ads

Breaking News

ଅତାବିରା ନିଉ ଡନବସ୍କୋ ସ୍କୁଲର ୩୪ତମ ବାର୍ଷିକୋତ୍ସଵ




ବରଗଡ଼ --- ବରଗଡ଼ ଜିଲ୍ଲା ଅତାବିରା ମାରବାଡ଼ି ଧର୍ମଶାଳା ଠାରେ ସ୍ଥାନୀୟ ନିଉ ଡନବସ୍କୋ ସ୍କୁଲର ୩୪ତମ ବାର୍ଷିକୋତ୍ସଵ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସୁନୀଲ କୁମାର ସିଂ ଓ  ଟ୍ରଷ୍ଟ ବୋର୍ଡର ସଭ୍ୟ ମନୀଷା ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବରଗଡ଼ଜିଲ୍ଲା ନୂତନଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡା ମୂଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ତଥା ଅତାବିରା ଜନସାଧରଣଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ ।   ଶିକ୍ଷାର ମାନ ବୃଦ୍ଧିକୁ ଆଗେଇ ନେବାପାଇଁ ଉଦବୋଧନ ଜ୍ଞାପନ କରିଥିଲେ।ସେହିପରି ସମ୍ବାନୀତ ଅତିଥିଭାବେ ସିଡବ୍ଲୁସି ସଭ୍ୟ ସୁଜିତ କୁମାର ଦାଶ ଓ ଅଞ୍ଜୁ ଅଗ୍ରୱାଲ ମଞ୍ଚାସିନ ଥିଲେ।ଶିକ୍ଷୟିତ୍ରୀ ଜୁହି ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସଂଯୋଜନା କରିଥିଲେ। ସ୍କୁଲର ହିସାବ ନୀରିକ୍ଷକ ଶୁଭମ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ।ସ୍କୁଲର ଅଧ୍ୟକ୍ଷ ସୁନିଲ କୁମାର ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ।  ଅତିଥିମାନେ ଗଣେଶଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦ୍ବୀପ ପ୍ରଜ୍ବଳନ କରିଥିଲେ ।ଶିଶୁ ହସିଲେ ଦୁନିଆଁ ହସିବ ବୋଲି ବକ୍ତାମାନେ ବକ୍ତବ୍ୟ ରଖିଥିଲେ।ଉତ୍ସବରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ୯୫ଜଣ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହ ମାନପତ୍ର ଅତିଥି ମାନେ ପ୍ରଦାନ କରିଥିଲେ।ସେହିପରି ୨୦୧୯/୨୦ ରେ ଜତୀୟ ସ୍ତରରେ ବିଜ୍ଞାନ ଅଲମ୍ପିଏଟରେ ୨ନଂ ଯୋନ ଲେବୁଲରେ ସ୍କୁଲର ଛାତ୍ର  ସୌମ୍ୟ ମଲ୍ଲିକ ଓ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ର ରୋଶନ ଚୌଧୁରୀଙ୍କୁ ଟ୍ରଫି ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସନିମନ୍ତ୍ରିତ ହେଇଥିବା ଅତିଥୀମାନଙ୍କୁ ମଧ୍ୟ ଟ୍ରଫି ସହ ଉତ୍ତରୀୟ ଦେଇ ଗୁରୁ ସମ୍ବାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା।କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଅମ୍ବିକା ମହାନନ୍ଦ,ଲିପିକା ପ୍ରଧାନ,ଝରଣା ମହାନନ୍ଦ,ଉମାଶ୍ରୀ ବାଗ ତଥା ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ କର୍ମଚାରୀ,ଅଭିଭାବକ/ଅଭିଭାବିକା ପ୍ରମୁଖ ସହଯୋଗ କରିଥିବାବେଳେ ଶିକ୍ଷକ ଧବଳେଶ୍ବର ସେଠ ଧନ୍ୟବାଦ ଦେଇଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts