ads

Breaking News

କଟୁରୀରେ ହାଣି, ଵନ୍ଧୁକ ଦେଖାଇ ୪ଲକ୍ଷ ଲୁଟ ଘଟଣା, ସନ୍ଦେହ ଘେରରେ ଡ୍ରାଇଭର


ପୁରୀ---- -ପୁଣି କଳାପଲସର ଆତଙ୍କ। କଟୁରୀରେ ହାଣି ଵନ୍ଧୁକ ଦେଖାଇ ୪ଲକ୍ଷ ଲୁଟ ଘଟଣା ସନ୍ଦେହ ରେ ଡ୍ରାଇଭର ସହ ୨ଅଟକ। ଗତ କାଲି ରାତି ପ୍ରାୟ ୯ଟାରେ ଗୋପ -ଚାରିଛକ ରାସ୍ତାର ଏକ ନିଛାଟିଆ ସ୍ଥାନରେ ୩ଟି ପଲସର ରେ ୫ଜଣ ଦୁବୃତ୍ତ କୋଣାର୍କ ର ଜଣେ ପ୍ରତିଷ୍ଠିତ କମ୍ପାନୀ ହିନ୍ଦୁସ୍ଥାନ ଲିଭରର ୪ଜଣ କର୍ମଚାରୀ ଙ୍କୁ ବନ୍ଧୁକ ଦେଖାଇବା ସହ ଜଣେ କର୍ମଚାରୀ କୁ କଟୁରୀରେ ହାଣି ତାଙ୍କ ପାଖରେ ଥିବା  ୪ଲକ୍ଷ ଟଙ୍କା କୁ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଆହାତ କର୍ମଚାରୀ ଅସ୍ତରଙ୍ଗ ତଣ୍ଡାହାର ଗ୍ରାମର କାହ୍ନୁଚରଣ ପାଢୀ ଗୋପ ଡାକ୍ତରଖାନା ରେ ଚିକିତ୍ସିତ ହେବାସହ ଏନେଇ ଗୋପ ଥାନା ରେ ଅଭିଯୋଗ କରିଥିଲେ। ହେଲେ ସେମାନଙ୍କ କଥାରେ ତାଳମେଳ ନରହିଵାରୁ ପୋଲିସ ସନ୍ଦେହ ରେ ଡ୍ରାଇଭର ସହ ଆହାତ କାହ୍ନୁ କୁ ଅଟକ ରଖିବା ସହ ଘଟଣା ସ୍ଥଳ ଛାନ ଭିନ କରିଛି।
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts