ads

Breaking News

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନଷ୍ଟ ନହବା ପାଇଁ ଛଅ ଦଫା ଦାବି ରଖିଲା ବିଶ୍ୱ ହିନ୍ଦୁ ପରିଷଦ।


ପୁରୀ----  ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ନେଇ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ଏହା ବିଶ୍ବହିନ୍ଦୁ ପରିଷଦ ସ୍ୱାଗତ କରିଥିଲେ ମଧ୍ୟ ବିକାଶ ନାମରେ ଯେଭଳି ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନଷ୍ଟ ନ ହୁଏ ସେ ନେଇ ୬ ଦଫା ଦାବି ରଖିଛି ବିଶ୍ୱ ହିନ୍ଦୁ ପରିଷଦ। ସଂଗଠନ ପକ୍ଷରୁ ପୁରୀ ଜିଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ଦିଆଯାଇଛି। ମୁଖ୍ୟତ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ସୁରକ୍ଷା, ଶ୍ରୀମନ୍ଦିର ନୀତି କାନ୍ତି ଠିକ ରେ ପାଳନ ହେବା ,  ମଠ ମନ୍ଦିର ଜାଗା ଆଖଡା ପରମ୍ପରା ସମେତ ପୁରୀ ପରମ୍ପରା ଅକ୍ଷୁର୍ଣ୍ଣ ରଖିବା , ଶ୍ରୀଜୀଉଙ୍କ ଘୋଷ ଯାତ୍ରା ପରମ୍ପରା ଅନୁଯାୟୀ କରିବା ଏବଂ ଗରିବ ବର୍ଗ ଭକ୍ତ ଶ୍ରୀକ୍ଷେତ୍ର ରେ ସ୍ଵଳ୍ପ ଦାମ ରେ ରହିବା ପ୍ରମୁଖ ୬ ଦଫା ଦାବି ରଖିଛି ପୁରୀ ର ବିଶ୍ୱ ହିନ୍ଦୁ ପରିଷଦ। ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts