ads

Breaking News

ବିଶ୍ବ ଏଡସ୍ ଦିବସରେ ସଚେତନତା କାର୍ଯ୍ୟକ୍ରମ


  ନୟାଗଡ଼-------- ଆଜି ବିଶ୍ବ ଏଡସ୍ ଦିବସ ଅବସର ରେ  ଚାଚା ନେହେରୁ ଶିଶୁ ରାଇଜ ଓ   ଫ୍ରେଣ୍ଡସ ହେଲ୍ପ ଗ୍ରୁପ ଶରଣକୂଳ ତରଫରୁ ବଡପୁଟ ଗ୍ରାମର କୁନି କୁନି ପିଲାମାନଙ୍କୁ  ନେଇ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରାଯାଇ ସଚେତନ କରାଯାଇଥିଲା। ଏଚ୍ଆଇଭି/ଏଡ୍‌ସର ଭୟବହତା ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଚଳିତବର୍ଷ ବିଶ୍ବ ଏଡ୍‌ସ ଦିବସର ବିଷୟବସ୍ତୁ ରହିଛି ‘ଗୋଷ୍ଠୀ ପରିବର୍ତନ ଆଣିପାରେ’। ୨୦୧୮ ସୁଦ୍ଧା ବିଶ୍ବରେ ୩ କୋଟି ୭୯ଲକ୍ଷ ଲୋକ ଏଚ୍‌ଆଇଭି ଆକ୍ରାନ୍ତ ଥିବା ବେଳେ ଏହି ବର୍ଷ ୧ଲକ୍ଷ ୭୦ ହଜାର ନୂତନ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଓଡ଼ିଶାରେ ମଧ୍ୟ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି।ଏହି କାର୍ଯ୍ୟକ୍ରମରେ ଚାଚାନେହରୁ ଶିଶୁରାଇଜର ଶ୍ରୀଯୁକ୍ତ ପଞ୍ଚାନନ ଦୋରା,ସୁଜିତ କୁମାର ପ୍ରଧାନ,ପ୍ରଭାତ କୁମାର ଦୋରା,ରଞିତ ପଟ୍ଟନାୟକ ,ବଡପୁଟ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ଓ ଫ୍ରଣ୍ଡସ ହେଲ୍ପ ଗ୍ରୁପ ର ଜ୍ଞାନ ରଞନ ପଣ୍ଡା ,ପ୍ରକାଶ ଚନ୍ଦ୍ର ମାନ୍ନା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 
ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts