ରାଜପଥ ଉପରେ ଚାଷୀ ଗଦାଇଲେ ଧାନ; ଟୋକନ ବ୍ୟବସ୍ଥା ଉଠାଅ ଦାବିରେ
![]() |
| Baragarh |
ଏପରିକି ଜଣେ ମନ୍ତ୍ରୀ ଚାଷୀ ମାନଙ୍କ ଦାବି ନ ଶୁଣି ତାଙ୍କ ଜିଦରେ ସେ ଅଠଲ ରହିଛନ୍ତି ବୋଲି ଚାଷୀ ମାନେ କହିଛନ୍ତି । ଏବେ ଏହି ଆନ୍ଦୋଳନ ବିଭିନ୍ନ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ଯାହା ଫଳରେକି ବିଭିନ୍ନ ଜିଲ୍ଲାର ଚାଷୀ ସଂଗଠନର କର୍ମକର୍ତ୍ତା ମାନେ ଏହି ଆନ୍ଦୋଳନରେ ସାମିଲ ହେଉଛନ୍ତି । ଆଜି ଧାନମଣ୍ଡିରୁ ଧାନ ଆଣି ଚାଷୀ ମାନେ ଗୋଡଭଗା ଠାରୁ ଅତାବିରା ରାସ୍ତା ଉପରେ ଗଦା କରି ଗାଡିମୋଟର ବନ୍ଦ କରି ଦେଇଛନ୍ତି । ଏପରିକି ଯେତେ ଦିନ ପର୍ଯ୍ୟନ୍ତ ସରକାର ଟୋକନ କିଣା ନିୟମ ନ ଉଠାଇଚନ୍ତି ସେତେ ଦିନ ପର୍ଯ୍ୟନ୍ତ ଚାଷୀ ରାଜପଥରେ ଧାନ ଗଦା କରି ତାର ହକ ପାଇଁ ଆନ୍ଦୋନ ଜାରି ରଖିବ ବୋଲି କହିଛନ୍ତି । ଦେଖିବାକୁ ରହିଲା ଚାଷୀଙ୍କ ଦୁଖଃ ବା ଦାବି ସରକାର କେବେ ଗ୍ରହଣ କରୁଛନ୍ତି । ଏପରିକି ଚାରିଦିନ ଧରି ଆନ୍ଦୋଳନ ଚାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ଆନ୍ଦୋଳନ କାରୀ ଙ୍କ ସହ ଆଲେଚନା କରିବାକୁ ନ ଆସିବା ବଡ ଦୁଭାଗ୍ୟର କଥା ବୋଲି ବରଗଡ ଜିଲ୍ଲାର ବୁଦ୍ଧିଜିବୀ ଓ ଜନପ୍ରତିନିଧି ମାନେ ଦୁଖ ପ୍ରକାଶ କରିଛନ୍ତି । ତୁରନ୍ତ ସରକାରଙ୍କ ପକ୍ଷରୁ ଉଚ୍ଚ ଅଧିକାରୀ ମାନେ ଚାଷୀ ମାନଙ୍କ ସହ ଆଲେଚନା କରି ଏହାର ସମାଧାନ କରିବା ପାଇଁ ଦାବି ହେଉଛି । ଧାନ କିଣାକୁ ନେଇ ଅନ୍ୟ ପକ୍ଷେ ଠିକ ଏହିପରି ପ୍ରତିବାଦ ଚାଷୀ ମାନେ ୧୩ ବର୍ଷ ପରେ କରିଥିବାର ଜଣାପଡିଛି ।
ବରଗଡରୁ ନବୀନ କୁମାର ଦାଶଙ୍କ ରିର୍ପୋଟ





