ads

Breaking News

ବିଶ୍ୱ ଶୌଚାଳୟ ଦିବସ ପାଳିତ

କୋଣାର୍କ--- କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରିସରରେ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ଓ ୟୁଥ୍ ଫର ୱାଟର ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ପାଳନ ହୋଇଯାଇଛି  । ଗାଁ ମଲ୍ଲୀର ସମ୍ପାଦକ  ଶ୍ରୀଯୁକ୍ତ ଗୋବିନ୍ଦଚନ୍ଦ୍ର ଫାରକ ଅଧ୍ୟକ୍ଷତା କରିଥିଲେ । ଅତିଥିଭାବେ ପୁରୀ ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ , କୋଣାର୍କ ଭଗବତୀ କଲେଜର ଅଧ୍ୟକ୍ଷ ଡଃ ବିଷ୍ଣୁଚରଣ ମିଶ୍ର, ଲେଫ୍ଟନାଣ୍ଟ ବିନୟ ଭୂଷଣ ମହାନ୍ତି, ଅଧ୍ୟାପକ ବଳରାମ ରାଉତରାୟ, ସାମ୍ବାଦିକ ପ୍ରଗତିପ୍ରଭା, ଅଧ୍ୟାପକ ବିବେକାନନ୍ଦ ମିଶ୍ର, କୋଣାର୍କ ଗ୍ରାମ୍ୟ ଜଳ ଯୋଗାଣା ବିଭାଗର କନିଷ୍ଠ ଯନ୍ତ୍ରୀ ଉର୍ବଶ୍ରୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଶୌଚାଳୟର ଉତ୍ତମ ବ୍ୟବହାର , ସ୍ୱଚ୍ଛତା ରକ୍ଷା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବୈଠକରେ ଛାତ୍ରଛାତ୍ରୀମାନେ ଶୌଚାଳୟ ବ୍ୟବହାର ସମ୍ପର୍କରେ ଶପଥ ପାଠ କରିବା ସହିତ ତାର ବ୍ୟବହାର ଓ ସ୍ୱଚ୍ଛତା ସମ୍ପର୍କରେ ନିଜର ମତପ୍ରକାଶ କରିଥିଲେ ।
କୋଣାର୍କରୁ ଅଜିକ କୁମାର ମଲିକ 

ads

Blog Archive

Popular Posts