ପ୍ରେରଣା ଇଣ୍ଟରନେସନାଲ ଗ୍ରୀନ୍ ଆର୍ମି ପକ୍ଷରୁ ‘ସବୁଜ ବିଶ୍ୱ ଅଭିଯାନ’ର ଶୁଭାରମ୍ଭ
କୋଣାର୍କ---- ଜୀବଜଗତ ପ୍ରତି ବିପଦ ମାଡିଆସୁଛି । ସଚେତନ ନ ହେଲେ ପୃଥିବୀ ପୃଷ୍ଠରୁ ଏ ଜୀବ ଜଗତ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଜିବ । ପରିବେଶ ପ୍ରଦ୍ୱଷଣ, ଜଳବାୟୁ ପରିବର୍ତ୍ତନ, ତାପମାତ୍ର ବୃଦ୍ଧି, ବାୟୁ, ଜଳ ଓ ମୂର୍ତ୍ତିକା ପ୍ରଦ୍ୱଷଣ ସହିତ ଜୀବଜଗତ ପ୍ରତି ବିପଦ ସୃଷ୍ଟି କରୁଛି । ଏହାକୁ ଦୃଷ୍ଟିରେ ରଖି ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସଙ୍ଗଠନମାନଙ୍କ ପକ୍ଷରୁ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ ଓଡିଶାର ଅଗ୍ରଣି ସ୍ୱଛାସେବୀ ସଙ୍ଗଠନ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ ବିଶ୍ୱକୁ ସବୁଜ ଓ ପ୍ରଦ୍ୱଷଣ ମୁକ୍ତ କରିବା ପାଇଁ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ‘ଶବୁଜ ବିଶ୍ୱ’ ଅଭିଜାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଇଣ୍ଡର ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସବୁଜ ବିଶ୍ୱ ଅଭିଯାନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ସାହିତ୍ୟିକ, ସାମ୍ବାଦିକ, ରାଜନେତା, ଅଭିନେତା, ଚିତ୍ରଶିଳ୍ପୀ, କଣ୍ଠଶିଳ୍ପୀ, ବୁଦ୍ଧିଜୀବୀ, ପରିବେଷବିତି, ଦେଶ ବିଦେଶର ପ୍ରତିନିଧିମାନଙ୍କ ସମେତ ସମାଜର ସବୁ ବର୍ଗର ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଗ୍ରୀନ୍ ଆର୍ମିର ସଦସ୍ୟମାନଙ୍କ ଦ୍ୱାରା ପୂର୍ବାହ୍ନ ୧୦ଟାରେ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ସବୁଜ ବଳୟ ସୃଷ୍ଟିର ସଚେତନତା ବାର୍ତ୍ତାନେଇ ଶୋଭାଯାତ୍ରା ଏବଂ ନ୍ଦ୍ରଭାଗା ବେଳାଭୂମିରେ ସଫେଇ କରାଯାଇଥିଲା । ଅପରାହ୍ନରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡର ସହାୟତାରେ କୋଣାର୍କ-ପୁରୀ ବେଳାମାର୍ଗସ୍ଥ ବାଲୁଖଣ୍ଡ ଅଭୟାରଣ୍ୟରେ ୫ହଜାର ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜକ ନୀରଦବରଣ ଖୁଣ୍ଟିଆ, ମନୋରଞ୍ଜନ ବାରିକ, ଗୋପିନାଥ ସ୍ୱାଇଁ, ଜ୍ଞାନରଞ୍ଜନ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲ୍ଲିକ
କୋଣାର୍କରୁ ଅଜିତ କୁମାର ମଲ୍ଲିକ



