ads

Breaking News

ଚାରି ଜଣ ନା ବାଳିକା ବାଳକ ଉଦ୍ଧାର

 ଯାଜପୁର----  ଶନିବାର ରାତି ୧୦ ଟା ସମୟରେ ଯାଜପୁର ରୋଡ଼ ରେଳଷ୍ଟେସନ ସାମ୍ନାରେ ଥିବା ଏକ ଦୋକାନ ବାରଣ୍ଡାରେ ୪ଟି କୋମଳମତି ଶିଶୁ ଚେତାଶୂନ୍ୟ ହୋଇ ପଡିଥିଲେ । ଏହି ଖବର ପାଇ ଥିଲେ  ଦୋକାନୀ ଭରତ ରାଉତ  । ସେ ସଙ୍ଗେ ସଙ୍ଗେ  କ୍ଲବ ଦି ୟୁଥମାସ ର ସମ୍ପାଦକ ରାଜେଶ କୁମାର ରାଉତ ଙ୍କୁ ଫୋନ ଯୋଗେ ଏ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହି ଖବର ପାଇ ରାଜେଶ ତୁରନ୍ତ ଘଟଣା ସ୍ଥାନରେ ପହଞ୍ଚି ଘଟଣା କୁ ଦେଖି ଯାଜପୁର ରୋଡ଼ ଆଇ ଆଇ ସି ଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ । କିଛି ସମୟ ମଧ୍ୟରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିଲେ ।  ପୋଲିସ ଓ ରାଜେଶ ମିଶି ଚେତାଶୂନ୍ୟ ପିଲାଙ୍କୁ ଉଠାଇ ଥିଲେ କିନ୍ତୁ ପିଲାମାନେ ଏତେ ମାତ୍ରାରେ ନିଶା ନେଇଥିଲେ ଯେ ପିଲାମାନେ କାନ୍ଦୁ ଥୁଲେ ଓ ମଝିରେ ମଝିରେ ଢୁଲାଇ ପଡୁଥୁଲେ । ତୁରନ୍ତ ପୋଲିସ ପିଲାଙ୍କୁ  ଯାଜପୁର ମେଡ଼ିକାଲ କୁ ନେଇଥିଲେ । ସେଠାରେ ଡାକ୍ତରୀ ଚିକିତ୍ସା କରିବାପରେ ରାତିରେ ପୋଲିସର ସହାୟତାରେ ପିଲାଙ୍କୁ ରଖାଯାଇଥିଲା । ରାଜେଶ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ । ଶିଶୁ ସୁରକ୍ଷା ଅଧିକାରୀ ଙ୍କ ପାଖରେ ପିଲାଙ୍କୁ ରଖାଯାଇଛି । ଏବେ ସମସ୍ତ ପିଲା ସୁରକ୍ଷିତ ଓ ସୁସ୍ତ ଅଛନ୍ତି ବୋଲି ଜଣାପଡିଛି ।
ବରୀରୁ ଦର୍ଶନ ବେହେରା
 D Behera
Barl 

ads

Blog Archive