ads

Breaking News

କାୟାକଳ୍ପ ପାଇଁ ସଜବାଜ ହେଉଛି ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ର

 D Senapati
Sakhigopal 
ସାକ୍ଷୀଗୋପାଳ -------  ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ପୁରୀ- ଭୁବନେଶ୍ୱର ଜାତୀୟ ନଂ-୩୧୬ ରାଜପଥ କଡରେ ଅବସ୍ଥିତ । ରାଜ୍ୟ ସରକାରଙ୍କ କାୟାକଳ୍ପ ଟିମ ପରିଦର୍ଶନରେ ଆସିବ  । ସେଥିଯୋଗୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଜବାଜ ଚାଲିଛି । ଦାମିକିଆ ରଙ୍ଗ ଉପରେ କମ ଦାମିକିଆ ରଙ୍ଗ ବେଳା ଯାଉଛି ।  ବର୍ଷ ବର୍ଷ ଧରି ଅବହେଳିତ ହୋଇ ଭଙ୍ଗାରୁଜା , ଅପରିଷ୍କାର ହୋଇ ପଡି ରହିଥିବା ମେଡିକାଲ ଏବେ କାୟାକଳ୍ପ ଟିମ ଯୋଗୁ ସଜେଇ ହେଉଛି ବୋଲି ଜଣସାଧାରଣରେ ଆଲେଚନା ହେଉଛି  । ରୋଗୀ ଆସନ୍ତି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗ ଭଲ କରିବା ପାଇଁ ମାତ୍ର ଏଠାରେ ରୋଗ ଭଲ କରିବା ପରିବର୍ତ୍ତେ ରୋଗ ନେଇକରି ଯାଇଥାନ୍ତି ବୋଲି କେତକ ରୋଗୀ ମାନେ କହନ୍ତି । ଏବେ କାୟାକଳ୍ପ ପାଇଁ ସାକ୍ଷୀଗୋପାଳ ମେଡିକାଲକୁ ସଜାଇବା ବାହାନାରେ ଲକ୍ଷାଧିକ ଟଙ୍କା ବିଲ କରି ନିଆଯିବ ବୋଲି ଜଣେ ମେଡିକାଲ କର୍ମଚାରୀ ତାଙ୍କ ନାମ ଗୋପନ ରଖି କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive