ads

Breaking News

ଜଟଣୀରେ ଜାତୀୟ ପ୍ରେସ ଦିବସ ପାଳିତ


Jatani
ଜଟଣୀ----  ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ମଧ୍ୟ ବ୍ଲକ ସ୍ତରରେ ଉପଲବ୍ଧ ହେବା ଆବଶ୍ୟକତାଅଛି ବୋଲି ଜଟଣୀ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ ।  ତୃଣ ମୂଳ ସ୍ତରରେ ସମସ୍ତ ବାଧା ବିଘ୍ନ ସତ୍ୱେ ନିଜ ଦାୟିତ୍ୱ ସମ୍ପାଦନ କରୁଥିବା ସାମ୍ବାଦିକ ମାନଙ୍କ ସୁରକ୍ଷା ମିଳିବା ଠାରୁ ସ୍ୱାସ୍ଥ୍ୟ ବୀମା ଯୋଜନା, ପେନସନ ଇତ୍ୟାଦି କାର୍ଯ୍ୟକାରୀ ଦିଗରେ ସରକାରୀ ସ୍ତରରେ ତତ୍ପରତା ସୃଷ୍ଟିହେବା ଉପରେ ଆଲୋକପାତ କରାଯାଇଥିଲା । ଏହି ଆଲୋଚନା ରେ ବରିଷ୍ଠ ସାମ୍ବାଦିକ ତଥା ନୋଟାରୀ ଅଵନୀ ରାଉତରାୟ , ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ମହାନ୍ତି , ପ୍ରବୀଣ ଛୋଟରାୟ , ସଜ୍ଜନ ଅଗ୍ରୱାଲ , ରବୀନ୍ଦ୍ର ମହାକୁଡ଼ , ଏସ ଭି ଆର ମୂର୍ତ୍ତି ,ଦୁଲାଲ ରଂଜନ ସର୍ବଜ୍ଞ , ପ୍ରମୁଖ ଜଟଣୀ ସାମ୍ବାଦିକ ଏକତା ଉପରେ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ . ଏହି କାର୍ଯ୍ୟକ୍ରମ ର ମୁଖ୍ୟ ପୁରୁଦ୍ଧା ଥିଲେ ସାମ୍ବାଦିକ ଇଫତେଖାର ଅଲ୍ଲୀ ଓ ମହେନ୍ଦ୍ର ସାହୁ .ବିଶିଷ୍ଟ ସମାଜସେବୀ ଜାଫର ନୂର ଙ୍କ ଅବଦାନ କ୍ରମେ ସ୍ଥାନୀୟ ଅବୁଲ କଲାମ ଆଜାଦ ଉର୍ଦୁ ପାଠାଗାର ଠାରେ ଏହି ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା । ଜଟଣୀ ରୁ ଇଫତେଖାର ଅଲ୍ଲୀଙ୍କ ରିପୋର୍ଟ

ads

Blog Archive