 |
| Sakhigopal |
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ମହିଳା ମହାସଂଘର ନାରୀ ନେତ୍ରୀ ଲକ୍ଷ୍ମୀପିୟା ଦାଶଙ୍କ ନେତୃତ୍ୱରେ ଶତାଧିକ ମହିଳା ମାନେ ବଳପୁର ଓ ଭାର୍ଗବୀ ନଦୀର ସାଗରସ୍ନାନ ଠାରେ ଥିବା ପାଣି ଯୋଗାଣ ଟାଙ୍କି ଗେଟରେ ମହିଳା ମାନେ ଚାବି ପକାଇ ଆନ୍ଦୋଳନ କରିଛନ୍ତି । ସେମାନଙ୍କର ଦାବୀଯେ ଏଠାରେ ପାଣି ନଦୀରୁ ଉଠିବା ପରେ ବଳପୁର ଆରଆଇ ଅଫିସ ଠାରେ ଥିବା ଫିଲଟର ଟାଙ୍କିରୁ ପାଣି ବଳପୁର ଓ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତକୁ ପାଣି ଯୋଗାଣ ହେଉଥିଲା । ମାତ୍ର ଫନି ବାତ୍ୟା ଆଗରୁ ବିଭିନ୍ନ ଯାଗାରେ ପାଇପି ଫାଟି କି ପଡିଛି । ନାମକୁ ମାତ୍ର କେତଟି ସାହିକୁ ପାଣି ଯୋଗାଣ କରାଯାଉଛି । ଏହାର ପତ୍ରିବାଦରେ ମହିଳା ମାନେ ଆଜି ପାଣି ଟାଙ୍କି ଘରେ ଚାବି ପକାଇ ପ୍ରତିବାଦ କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗପ୍ରତି ନଜର ଦେବା ପାଇଁ ମହିଳା ମାନେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି