ଗେଡିଆପଲ୍ଲୀରେ ଛେଳିଚୋରି ଅଭିଯୋଗ
ବେଗୁନିଆ--- ବେଗୁନିଆ ଥାନା ଅନ୍ତର୍ଗତ ଗେଡିଆପଲ୍ଲୀ ପାଟଣା ଗ୍ରାମର ଶରତ ବେହେରାଙ୍କ ଗୁହାଳରୁ ଶନିବାର ବିଳମ୍ବିତ ରାତିରେ କେହି ଦୁବୁର୍ତ ମୋଟ ୬ ଗୋଟି ଛେଳି ଚୋରି କରି ନେଇ ଯାଇଥିବାର ଜଣା ପଡିଛି ।ଏ ନେଇ ଶରତ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛି । ଚୋରି ଯାଇଥିବା ଛେଳି ଗୁଡିକର ମୂଲ୍ୟ ପ୍ରାୟ ୧୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା


