ଦେଢଶୁରଙ୍କ ଠେଙ୍ଗା ମାଡରେ ଭାଇ ବୋହୁ ଗୁରୁତର
ବେଗୁନିଆ--- ବେଗୁନିଆ ଥାନା ଅନ୍ତର୍ଗତ ସ୍ଥାନୀୟ କୋଠକରଣ ସାହିରେ ଦେଢଶୁରର ଠେଙ୍ଗା ମାଡରେ ଭାଇବୋହୁର ମୁଣ୍ଡ ଫାଟିଲା । ପୋଲିସ ସୂଚନା ମୁତାବକ କୋଠକରଣ ସାହିର ତିଳ ବେହେରାଙ୍କ ପୁଅ ଅଶୋକ ବେହେରା ନିଶାଗସ୍ତରେ ସାମାନ୍ୟ କଥାକୁ ନେଇ ନିଜ ଭାଇବୋହୁ ମମତା ବେହେରାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା । ଠେଙ୍ଗା ମାଡରେ ମମତାଙ୍କର ମୁଣ୍ଡ ଫାଟି ଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଭୁବେନଶ୍ୱରକୁ ପଠାଯାଇଛି । ସ୍ଥାନୀୟ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଗୁନିଆ ଥାନା ସବଇନିସପେକ୍ଟର ସୁଜାତା ପଲେଇଙ୍କ ଠାରୁ ପ୍ରକାଶ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା


