କୋଣାର୍କ ଉତ୍ସବ-୨୦୧୯ ନିମନ୍ତେ ପ୍ରସ୍ତୁତି ବୈଠକ
କୋଣାର୍କ --- ରବିବାର ପୂର୍ବାହ୍ନରେ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ଼ିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା କୋଣାର୍କ ଉତ୍ସବ-୨୦୧୯ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗର ମୁଖ୍ୟ ସଚିବ ବିଶାଲ କୁମାର ଦେବ ଅଧ୍ୟକ୍ଷତା କରିଥିଲେ । ଫ ବୈଠକରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ପିଡି ଡିଆରଡିଏ ବିଶାଲ ସିଂ, ପର୍ଯ୍ୟଟନ ଉନ୍ନୟନ ନିଗମର ନିର୍ଦ୍ଦେଶକ ହେମନ୍ତ କୁମାର ସୟ, ଅନ୍ତର୍ଜାତୀୟ ବାଲୁୁକାକଳା ପ୍ରଦର୍ଶନୀର ବ୍ରାଣ୍ଡ ଆମ୍ବାସାଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ବିଜୟ କୁମାର ଜେନା, ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ରତ୍ତିକାନ୍ତ ପଟ୍ଟନାୟକ, ପୁରୀ ସୂଚନା ଓ ପ୍ରଶାରଣ ଅଧିକାରୀ ଗୁରୁବୀର ସିଂ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଏମ. ଶ୍ରୀନିବାସ, ପୁରୀ ମୁଖ୍ୟ ଚିକିତ୍ସା ଅଧିକାରୀ ଅମରେନ୍ଦ୍ରନାଥ ମହାନ୍ତି, ଜିଲ୍ଲା ପୋଲିସ, ଏଏସଆଇ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ, ଦୂରଦର୍ଶନ କେନ୍ଦ୍ର, ରାଜପଥ, ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସମେତ କୋଣାର୍କ ଉତ୍ସବ ସହ ଜଡିତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଥିଲେ । ବିଗତ ବର୍ଷଗୁଡ଼ିକରେ ଉତ୍ସବର ବ୍ୟବସ୍ଥାରେ ଦେଖାଦେଇଥିବା ତ୍ରୁଟିବିଚ୍ୟୁତି ସମ୍ପର୍କରେ ସାମ୍ବାଦିକମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ
![]() |
| konark |



