ads

Breaking News

ରାଜ୍ୟ ସ୍ତରୀୟ ପ୍ରେସ ଦିବସ ପାଳିତ ; ସତ୍ୟ ଓ ସଠିକ ସମ୍ବାଦ ପରିବେଷଣ କରିବା ପାଇଁ ଆହ୍ୱନ

 B mhoapatra
Pipili
ପିପିଲି-----  ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ଶ୍ରୀକ୍ରୀଷ୍ଣା ଗାର୍ଡେନ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ପିପିଲିର ବିଧାୟକ ପ୍ରଦୀପ ମହାରଥୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସମସ୍ତ ତଥ୍ୟ ଦେଲେ ମୁଁ ନିଶ୍ଚିତ ବିଧାନସଭାରେ ଉଠାଇବେ ବୋଲି କହିଥିଲେ  ।  ସେଥିଯୋଗୁ ସେମାନଙ୍କୁ ଚତର୍ଥସ୍ତମ୍ବ ବୋଲି ମାନ୍ୟତା ମିଳିଛି ବୋଲି ଶ୍ରୀ ମହାରଥୀ କହିଥିଲେ  ।  କାର୍ଯ୍ୟକ୍ରମଟିକୁ ଉତ୍କଳ ସମ୍ବାଦିକ ସଂଘ, ଉତ୍କଳମଣି ସାମ୍ବାଦିକ ସଂଘ ଓ ପିପିଲି ପ୍ରେସ କ୍ଳବର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା  । ମୁଖ୍ୟ ଅତିଥି ଭାବେ ସମୀର ରଞ୍ଜନ ଦାଶ  ସ୍ଳୁଲ ଓ ଗଣଶିକ୍ଷା  ମନ୍ତ୍ରୀ ଯୋଗଦେଇ କହିଥିଲେ ଏହି ସକରାରଙ୍କ ସମୟରେ ସାମ୍ବାଦିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କରାଯାଇଛି । ଅନ୍ୟ ସୁବିଧା ସମ୍ପର୍କରେ ଆଲେଚନା ରତ ରହିଛି । 
ସମ୍ମାନୀୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ କହିଥିଲେ ସତ୍ୟର ଜୟ ସବୁବେଳେ ହୋଇଆସିଛି  । ଏଣୁ ସାମ୍ବାଦିକ ମାନେ ସତ୍ୟ ଖବର ପ୍ରକାଶ କରନ୍ତୁ ନିଶ୍ଚୟ ସେମାନଙ୍କର ଜୟ ହେବ ବୋଲି କହିଥିଲେ  । ବିଭୂତି ଭୂଷଣ କର ଉତ୍କଳ ସମ୍ବାଦିକ ସଂଘ ଭୁବନେଶ୍ୱର ଯୋଗଦେଇ ଗ୍ରାମଞ୍ଚଳର ସାମ୍ବାଦିକ ମାନଙ୍କର ଅବସ୍ଥା ଓ ସେମାନେ କିପରି ଅଛନ୍ତି ସେ ସମ୍ପର୍କରେ ମତ ରଖିବା ସହ ଅନ୍ୟ ରାଜ୍ୟରେ ସାମ୍ବାଦିକ ମାନେ ପେନସନ ପାଉଥିବା ବେଳେ ଓଡିଶାରେ ତାହା ପ୍ରଚଳନ ହୋଇପାରିନାହିଁ  । ସେହପିର ପ୍ରତିଦିନ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ରାଜ୍ୟ ସରକାର ତୁରନ୍ତ ସ୍ୱତନ୍ତ ଆଇନ ପ୍ରଣୟନ କରିବା ପାଇଁ ଶ୍ରୀ କର ଅତିଥି ମାନଙ୍କ ନର୍ଜରକୁ ଆଣିଥିଲେ  । ପ୍ରତାପ ଚନ୍ଦ୍ର ପ୍ରଧାନ ସଭାପତି ଭୁବନେଶ୍ୱର ଜିଲ୍ଲା ସାମ୍ବାଦିକ ସଂଘ, ଧୀରେନ୍ଦ୍ର ନାଥ ଦାସ ବରିଷ୍ଠ ସାମ୍ବାଦିକ, ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ  । ଉତ୍କଳମଣି ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ମହାପାତ୍ର ବିବରଣୀ ପାଠ କରିଥିଲେ  । ଉତ୍କଳମଣି ସାମ୍ବାଦିକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  । ପିପିଲି ପ୍ରେସ କ୍ଳବର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ  ।  ଉତ୍କଳମଣି ସାମ୍ବାଦିକ ସଂଘ ସହିତ ପିପିଲି, କଣାସ ଓ ଡେଲାଙ୍ଗରୁ ପ୍ରାୟ ୧୦ ଜଣ ସାମ୍ବାଦିକ ନୂତନ ଭାବେ ସାମିଲ ହୋଇଥିଲେ ସେମାନଙ୍କୁ ଅତିଥି ମାନେ ଫୁଲତୋଡା ଓ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ  । ଏହି ଅବସରରେ  ସତ୍ୟବାଦୀର ବରିଷ୍ଠ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ଧୀରେନ୍ଦ୍ର ସେନାପତି, କିଶୋର ମହାପାତ୍ର, ବସନ୍ତ କୁମାର ପଟ୍ଟନାୟକ, ପିପିଲିର ଦୁର୍ଗାମାଧବ ମିଶ୍ର, ପୁରୀର ମାନସ ରଞ୍ଜନ ଦାସ, କୋଣାର୍କର ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ପିପିଲିର ଐଶ୍ଚର୍ଯ୍ୟ ଦାସ, ରଞ୍ଜିତା ମିଶ୍ରଙ୍କୁ ଅତିଥିମାନେ ସମ୍ବଦ୍ଧିତ କରିଥିଲେ  । ସେହିପିର ଯୁବ ସମାଜସେବୀ, ସଂଗଠକ ଭାବେ ଧରଣୀଧର ସାହୁ, ଜ୍ୟୋତିକାନ୍ତ ମହାପାତ୍ର, ସୁଧିର କୁମାର ପଣ୍ଡା, ପୂରବୀ ପୂର୍ଣ୍ଣାସା ମିଶ୍ର, ପ୍ରବୀର ହାଲଦାର, ଲିଙ୍ଗରାଜ ପରିଡା, ଅଫତାବ କେବୁଲ ଓ ହେଡ୍ ଲାଇନ୍ସ ଓଡିଶାର ପ୍ରତିଷ୍ଠାତା ଅମୀନଦ ଉଦ୍ଦିନ ଖାଁ, ମେଧାବୀ ଛାତ୍ରୀ ଶଶୀକାନ୍ତ ମହାପାତ୍ର, ଯୁବା ପ୍ରତିଭା ସେଫାଳୀ ଉଦ୍ଗାତା, ଅନନ୍ୟା ପ୍ରତିଭା ଅମୀତା ପଣ୍ଡା, ଚାନ୍ଦୁଆ ଶିଳ୍ପୀ ଯୁବ ସଂଗଠକ ସମାଜସେବୀ ସୁରେଣ କୁମାର ମହାପାତ୍ର, ଶିକ୍ଷାବିତ ଓ ସମାଜସେବୀ ଦୁର୍ଗାଚରଣ ନାୟକ, ଶିକ୍ଷାବିତ, କବି, ଲେଖକ ଓ ସମ୍ଭକାର ବୈକୁଣ୍ଠ ନାଥ ନରେନ୍ଦ୍ରଙ୍କୁ ସମ୍ବଦ୍ଦିତ କରାଯାଇଥିଲା  । ସାମ୍ବାଦିକ ସଂଘ ପକ୍ଷରୁ ଅତିଥିମାନଙ୍କୁ ପିପିଲି ଚାନ୍ଦୁଆ ପ୍ରଦାନ କରାଯାଇଥିଲା । ପିପିଲି ପ୍ରେସ କ୍ଳବର କୋଷାଧ୍ୟକ୍ଷ ହେମନ୍ତ କୁମାର ସେଠୀ  ଧନ୍ୟବାଦ ଦେଇଥିଲେ  ।
ପିପିଲିରୁ ବିଜୟ କୁମାର ମହାପାତ୍ର

ads

Blog Archive