 |
| Baragarh |
ବରଗଡ଼---- ସ୍ୱାର୍ଥପାଇଁ ଭାରତୀୟ ଖାଦ୍ୟନିଗମ ଯେ କୌଣସି ସ୍ତରକୁ ବି ଯାଇପାରେ।ଏହାର ଏକ ଜ୍ବଳନ୍ତା ନମୁନା ଦେଖିବାକୁ ମିଳିଛି ଲାଦେରପାଲି ସ୍ଥିତ ଖାଦ୍ୟନିଗମ । ଏପରିକି କୋର୍ଟ ନିର୍ଦ୍ଦେଶକୁ ମାନିବାକୁ ନାରାଜ ।ବରଗଡ଼ ଜିଲ୍ଲା ଅତାବିରା ଲାଦେର ପାଲି ଠାରେ ରହିଛି ଭାରତୀୟ ଖାଦ୍ୟନିଗମର ଏକ ଶାଖା।ଏଠାରେ ଏହି ନିଗମ ବେସରକାରୀ ବ୍ୟକ୍ତି ମାନଙ୍କୁ ସିକୁରୀଟି ଦାୟିତ୍ୱ ଦେଇଥିଲା। ଏହି ବ୍ୟକ୍ତିମାନେ ନିଜନିଜର ଦାଇତ୍ୱ ସୁଚାରୁରୂପେ ତୁଲାଇ ଆସୁଥିଲେ।କିନ୍ତୁ ହଠାତ ନିଗମ କୋୖଣସି କାରଣ ନଥାଇ ଏହି ବ୍ୟକ୍ତି ମାନଙ୍କୁ ବାହାର କରିଦେଲା। ଏମାନଙ୍କ ପରିବର୍ତ୍ତେ ଅବସରପ୍ରାପ୍ତ ସୈନିକ ମାନଙ୍କୁ ନିଯୁକ୍ତି ଦେଲା। ପ୍ରକାଶ ଥାଉକି ଏହି ବେସରକାରୀ ସିକୁରୀଟି ଅଧିକାରୀ ମାନଙ୍କ ଚୁକ୍ତି ଅନୁଯାୟୀ ଆଉ ୧୫ ମାସ ଚାକିରୀ କରିବାକୁ ବାକି ଅଛି। ତେଣୁ ଏମାନେ ମାନ୍ୟବର ହାଇକୋର୍ଟରେ ଅଭିଯୋଗ କଲେ। ତଦନୁଯାୟୀ ମାନ୍ୟବର ହାଇକୋର୍ଟ ଏମାନଙ୍କ ସପକ୍ଷରେ ରାୟ ଦେଲେ। କିନ୍ତୁ ଦୁଃଖର ବିଷୟ ନିଗମ କୋର୍ଟଙ୍କର ନିର୍ଦ୍ଧେଶକୁ ଅବମାନନା କରି ଏମାନଙ୍କୁ କାର୍ଯ୍ୟରୁ ବାହାର କରି ଦେଇଛି। ତେଣୁ ଗତ ଶୁକ୍ରବାର ଦିନଠାରୁ ଏହି କର୍ମଚାରୀମାନେ ନିଗମ ବାହାରେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇ ଆସୁଛନ୍ତି।ଯଦି ଏମାନଙ୍କ ଦାବି ପୂରଣ ନହୁଏ ତେବେ ଏମାନେ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି। ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ