ads

Breaking News

ଏ.ଏସ.ଆଇଙ୍କୁ ଥାନା ଅଧିକାରୀଙ୍କ ଦୁର୍ବବ୍ୟବହାର, ଆତ୍ମହତ୍ୟା ଧମକ

ହାଟଡ଼ିହି---କେନ୍ଦୁଝର ଜିଲ୍ଲା ସୋସୋ ଥାନା ଏଏସଆଇଙ୍କୁ ସେହିଥାନାର ଥାନା ଅଧିକାରୀ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସର୍ବସାଧାରଣଙ୍କ ସମ୍ମୁଖରେ ଏପରି ର୍ଦୁବ୍ୟବହାରକୁ ଥାନା ଏଏସଆଇ ଗ୍ରହଣ କରିନପାରି ଆତ୍ମହତ୍ୟା କରିବାକୁ ଧମକ ଦେବା ଘଟଣା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଖବରରୁ ଜଣାଯାଇଛି ଯେ ପୁର୍ବର ଏକ ମାମଲାରେ ଆନନ୍ଦପୁର ଏସଡିପିଓ ତଦନ୍ତକାରୀ ଅଧିକାରୀ ଥିବାବେଳେ ଥାନାର ଜଣେ ଏ.ଏସ.ଆଇ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲେ । ଗିରଫ କରିବା ସମୟରେ ଅଭିଯୁକ୍ତଙ୍କ ନିକଟରେ ୧୨ହଜାର ୩ଶହ ଟଙ୍କା ଥିଲା । ଯାହାକୁ ସେ ଗିରଫ ବ୍ୟକ୍ତିଙ୍କ ପତ୍ନୀଙ୍କୁ ହସ୍ତାନ୍ତର କରିଦେଇଥିଲେ । ପରଦିନ ସକାଳୁ ଥାନା ଅଧିକାରୀ ଜଣକ ଏହା ଜାଣିବାପରେ ଏଏସଆଇଙ୍କ ଉପରେ ଗାଳି ଆରମ୍ଭ କରିଦେଇଥିଲେ ।  ଏସଡିପିଓ ଏହାର ତଦନ୍ତକାରୀ ଅଧିକାରୀ ହୋଇଥିବାବେଳେ ତୁମେ କାହିଁକି ଉକ୍ତ ଟଙ୍କାକୁ ଫେରସ୍ତ କରିଦେଲ ବୋଲି କହି ଥାନା ଏ.ଏସ.ଆଇ ଜଣକୁ ସର୍ବସମ୍ମୁଖରେ ଗାଳିଗୁଲଜ କରିବା ସହିତ ମାରିବାକୁ ମଧ୍ୟ ଉଦ୍ୟତ ହୋଇଥିଲେ ବୋଲି ଏ ଏସ ଆଇ କହନ୍ତି । ଏପରିକି ତୁମକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିବି ବୋଲି କହିବା ସହ ଥାନାରୁ ବାହାରିଯାଅ ବୋଲି କହିଥିଲେ । ସର୍ବସମ୍ମୁଖରେ ନିଜର ଅଫିସରଙ୍କ ଠାରୁ ଏଭଳି ଗାଳିଖାଇ ଏ.ଏସ.ଆଇ ଜଣକ ମର୍ମାହତ ହୋଇ ଥାନାରୁ ନିଜ ବସାଘରକୁ ପଳାଇଥିଲେ । ଘରେ ନିଜ ପତ୍ନୀଙ୍କ ପାଖରେ ଜଣାଇବା ସହ ମାନସିକ ଭାରସାମ୍ୟ ହରାଇଥିବା ଏଏସଆଇ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ଦ୍ୟମ କରିଥିଲେ  । ଥାନାରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଏହି ଥାନା ସାଧାରଣ ଲୋକମାନଙ୍କୁ କିପରି ନ୍ୟାୟ ପ୍ରଦାନ କରିବ ତାହାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟସରକାର ୫-ଟି  ଯୋଜନା କାର୍ଯ୍ୟକାରୀ କରି ଥାନାକୁ ଆସୁଥିବା ଲୋକମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାସହ ସେମାନଙ୍କ ଅଭିଯୋଗର ତୁରନ୍ତ ପଦକ୍ଷେପ ନେବାକୁ ଯୋଜନା କରୁଥିବାବେଳେ  ସୋସୋ ଥାନା ଅଧିକାରୀଙ୍କ ବ୍ୟବହାରକୁ ନେଇ କର୍ମଚାରୀ ଯେଉଁଠି ଆତ୍ମହତ୍ୟା କରିବା ପାଇଁ ଯାଉଛନ୍ତି ସେଠାରେ ସାଧାରଣ ଜନତା କ’ଣ କରିବେ ତାହା ଏବେ ପ୍ରଶ୍ନବାଚୀ ହୋଇପଡିଛି ।  ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।

 ହାଟଡିହିରୁ ବିକାଶ ବିଶ୍ୱାଳ

ads

Blog Archive

Popular Posts