ads

Breaking News

ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ,କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ


 D senapati
Baragarh
 ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ଆରଏମସି ଅଧୀନରେ ଥିବା ଗୋଡ଼ଭଗା ମାର୍କେଟ ୟାର୍ଡଠାରେ ହୀରାକୁଦ କମାଣ୍ଡିଂ ଏରିଆର ହଜାର ହଜାର ସଂଖ୍ୟାର ଚାଷୀ ଧାରଣାରେ ବସିଛନ୍ତି ।  ଗତ ୮ତାରିଖ ରୁ ୧୦ତାରିଖମଣ୍ଡି ଖୋଲିବାର ନିର୍ଦ୍ଧାରିତ ହୋଇ ତାହା ପୁଣି ୧୫ତାରିଖରେ ଆରମ୍ଭ  ହୋଇଛି । ଚାଷୀ ମାନେ ୮ତାରିଖରୁ ଧାନ ମଣ୍ଡିରେ ଗଦା କରିଛନ୍ତି ।  ସରକାର କୋୖଣସି ସୁଚନା ନ ଦେଇ  ଟୋକୋନ ଓ ଆଇସ୍କେନ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହାକୁ ବିରୋଧ କରିଛନ୍ତି ଚାଷୀ ମାନେ । ଚାଷୀ ମାନେ ଅଭିଯୋଗ କରିଛନ୍ତି ଯେ ଯେଉଁ ସମୟରେ ଧାନ ବିକ୍ରୟ ପାଇଁ ନାମ ରେଜିଷ୍ଟ୍ରେସନ କଲେ ସେତେବେଳେ ଟୋକୋନ କଥା ଉଠାଇଲେ ନାହିଁ ।  ନାମ ରେଜିଷ୍ଟ୍ରେସନ କରିବା ସମୟରେ ଚାଷୀକୁ ଟୋକୋନ  ଦେଇଥିଲେ ଆଜି ଏ ଅସୁବିଧା ସୃଷ୍ଟି ହୋଇନଥାନ୍ତା  ବୋଲି ଚାଷୀ ମାନେ କହିଛନ୍ତି ।  ଚାଷୀ  ଅମଳ କରିଥିବା ଧାନକୁ ବିକ୍ରି କରିପାରିବ ତାର ତୁରନ୍ତ ସୁ ବନ୍ଦୋବସ୍ତ  ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।ନଚେତ ଆଗାମୀ ଦିନରେ ପ୍ରଥମେ  ସରକାରୀ ଅଫିସ ତଥା ବ୍ଲକ, ତହସିଲ, କଲେକ୍ଟର ଅଫିସ ସାମ୍ନାକୁ ଯାଇ  ଧାନ ବିକ୍ରୟ ପାଇଁ ଧାରଣାରେ ବସିବେ ବୋଲି କହିଥିଲେ । ଯଦି ଆମ ଦାବି କେହି ନଶୁଣିବେ ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବା ସହ ରାଜରାସ୍ତାକୁ ଓଲ୍ହାଇ ଧାରଣା ଦେବୁ ବୋଲି ଚାଷୀ କହିଛନ୍ତି । ଆବଶ୍ୟକ ପଡ଼ିଲେ ଆଇନକୁ ମଧ୍ୟ ହାତକୁ ନେବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି।ତେବେ ଆଗକୁ ଦେଖିବାକୁ ବାକି ରହିଲା ସରକାର ଆଗାମୀ ଦିନ ପାଇଁ କଣ ପଦକ୍ଷେପ ନେବେ।  ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive