 |
| Pipili |
ପିପିଲି-- ରବିବାର ଦିନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପିପିଲିର ୨୮ତମ ବାର୍ଷିକ କ୍ରୀଡା ଉତ୍ସବ ପଦା ପଡିଆ ( ଇନ୍ଦିରାଗାନ୍ଧୀ ) ପଡିଆରେ ଅନୁଷ୍ଠିତ ହୋଇଛି । ମୂୁଖ୍ୟ ଅତିଥି ଭାବେ ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ ଯୋଗ ଦେଇ କ୍ରୀଡା ପତାକା ଉଦଘାଟନ କରିଥିଲେ । ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ପ୍ରଶାସନିକ ସଦସ୍ୟ ରମାକାନ୍ତ ସାହୁ, ଓ ବିକ୍ରମ କେଶରୀ ସିଂ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ସାହୁ ଗୋଟିଏ ମୁଦ୍ରାର ଦୁଇଟି ପାଣ୍ୱର୍ ଭଳି ଶିକ୍ଷା ର ଅପରପାଶ୍ୱର୍ ହେଉଛି କ୍ରୀଡା ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ନେତ୍ରାନନ୍ଦ ଜେନା ଉତ୍ସବରେ ସଂଯୋଜନା କରିଥିଲେ । ବିଦ୍ୟାଳୟର ଏନସିସି ଛାତ୍ର ମାନେ ବାଦ୍ୟ ବଜାଇ ଅତିଥିଙ୍କୁ କ୍ରୀଠାସ୍ଥଳକୁ ପାଛୋଟି ଆଣିଥିଲେ ।
ପିପିଲିରୁ ବିଜୟ କୁମାର ମହପାତ୍ର