ads

Breaking News

ସୋସୋ ସମବାୟ ସମିତିକୁ କେନ୍ଦୁଝରର ଶ୍ରେଷ୍ଠ ସମବାୟ ସମିତି ଭାବେ ପୁରସ୍କାର ପାଇଲା

ହାଟଡିହି--- ୬୬ତମ ସମବାୟ ସପ୍ତାହ ପାଳନ ଅବସରରେ ସୋସୋ ସମବାୟ ସମିତିକୁ ୨୦୧୮/୧୯ରେ କେନ୍ଦୁଝର ଜିଲ୍ଲାର ଶ୍ରେଷ୍ଠ ସମବାୟ ସମିତି ଭାବେ ପୁରସ୍କୃତ କରାଯାଇଛି । ସମବାୟ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ଏକ ଉତ୍ସବରେ ପୁର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଜିଲ୍ଲାପରିଷଦ ସଭାପତି କମଳିନୀ ପାତ୍ର, ବ୍ୟାଙ୍କର ସଭାପତି କାନନ ବିହାରୀ ପହି ପ୍ରମୁଖ ଯୋଗଦେଇ ସୋସୋ ସମବାୟ ସମିତିର ସମ୍ପାଦକ ସୁରେନ୍ଦ୍ର କୁମାର ପତି ଓ ସଭାପତି ଗୋବିନ୍ଦ ମାଝୀଙ୍କୁ ମାନପତ୍ର , ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।   ଋଣ ଆଦାୟ, ଋଣ ଲଗାଣ ସହିତ ଧାନ ଓ ସାର କାରବାର କ୍ଷେତ୍ରରେ ୩ବର୍ଷର ସଫଳତାକୁ ଭିତ୍ତି କରି ଏହି ପୁରସ୍କାର ପ୍ରଦାନ କରାଯାଇଛି । ସୋସୋ ସମିତିକୁ ଏହି ସମ୍ମାନ ମିଳିବାପରେ ବାଙ୍ଗୋର ସମିତିର ସମ୍ପାଦକ ସୁଶାନ୍ତ କୁମାର ରଣା, ସଢ଼ା ସମିତିର ସମ୍ପାଦକ ଦିନବନ୍ଧୁ ଜେନା, ମରୈଗାଁ ସମିତିର ବିଭୁତି ଭୂଷଣ ସେଠୀ, ଡଅଁର ସମିତିର ଉମାକାନ୍ତ ନାୟକ, ସମଣା ସମିତିର ଅକ୍ଷୟ କବି, ବଡରମ୍ପାସ ସମିତିର ଦେବାଶିଷ ଧଳ, ପଞ୍ଚୁଗୋଛିଆ ସମିତିର ରାମଚନ୍ଦ୍ର ଜେନା, ହାଟଡିହି କେସିସି ବ୍ୟାଙ୍କ ଶାଖାର ବ୍ରାଞ୍ଚ ମ୍ୟାନେଜର ରଶ୍ମୀରଞ୍ଜନ ଜେନା ପ୍ରମୁଖ ସୋସୋ ସମିତ୍ତିର ସଭାପତି ଓ ସମ୍ପାଦକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
 B Biswal
hatadhi
 ହାଟଡିହିରୁ ବିକାଶ ବିଶ୍ୱାଳ  

ads

Blog Archive

Popular Posts