ପାଣିରେ ବୁଡି ବୃଦ୍ଧଙ୍କର ମୃତ୍ୟୁ
ସାକ୍ଷୀଗୋପାଳ ---- ଚନ୍ଦନପୁର ଥାନା ଅନ୍ତର୍ଗତ ଭାଇଲିପୁର ପଞ୍ଚାୟତର ବେଦରପଡା ଗ୍ରାମର ଚରଣ ମୁଦୁଲି ( ୬୫) ପାଣିରେ ବୁଡି ମୃତ୍ୟୁ ହୋଇଯାଇଛି । ସୁଚନାଯୋଗ୍ୟ ଯେ ଆଜି ଗ୍ରାମରେ ଥିବା କେନ୍ଦେଶ୍ୱରୀ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଗାଧେିବା ସମୟରେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ । ସେ ଘରକୁ ଫେରିବା ଡେରି ହେବାରୁ ପରିବାର ଲୋକମାନେ ଖୋଜା ଖୋଜି କରିଥିଲେ । ପାଣିରୁ ତାଙ୍କୁ ଉଦ୍ଦାର କରାଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଶବ ଜବତ କରି ଶବ ବ୍ୟବଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


