ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକର ଶ୍ରୀରାମଚନ୍ଦ୍ରପୁର, ନରେନ୍ଦ୍ରପୁର ଓ ନୂଆସମେଶ୍ୱରପୁର ଗ୍ରାମ ପଞ୍ଚାୟତର ୪୧ ଜଣ ମହିଳା ପୁରଷ ଚାଷୀଙ୍କୁ ନେଇ ୩୫ ନଂ ରତ୍ନଚିରା ପାଣି ପଞ୍ଚାୟତ ଗଠନ ହୋଇଛି । ପୁରୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାତ୍ର ନୂତନ କର୍ମକର୍ତ୍ତା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଗୁରୁବାର ସାକ୍ଷୀଗୋପାଳ ଜଳସେଚନ ଡାକବଙ୍ଗଳା ପରିସରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରଘୁନାଥ ସ୍ୱାଇଁ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହିଥିଲେ । ସହକାରୀ ଯନ୍ତ୍ରୀ ଅଧିକାରୀ ମୃତୁଞ୍ଜୟ ଦାସ ନିର୍ବାଚନ ପରିଚାଳନା କରିଥିଲେ । ପ୍ରଥମେ ଏକ ବୈଠକ କରାଯାଇ ନିର୍ବାଚନ ଅଧିକାରୀଙ୍କ ନିୟମ ଅନୁଯାୟୀ ପ୍ରାର୍ଥୀପତ୍ର ଦାଖଲ, ପ୍ରାର୍ଥୀପତ୍ର ଯାଞ୍ଚ, ପ୍ରାର୍ଥୀପତ୍ର ପ୍ରତ୍ୟାହାର, ଚୁଡାନ୍ତ ପ୍ରାର୍ଥୀପତ୍ର ଘୋଷଣା କରାଯିବାର ନିୟମ ରହିଥିଲା । ଏହି ନିର୍ବାଚନରେ ସଭାପତି ଭାବେ ଭାସ୍କର ନାୟକ , ସମ୍ପାଦକ ଭାବେ ପ୍ରଶାନ୍ତ ପରିଡା ଓ କୋଷାଧ୍ୟକ୍ଷା ଭାବେ ବିଜୟ ଲକ୍ଷ୍ମୀ ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ୪୧ଜଣ ସଭ୍ୟ ସଭ୍ୟା ନିର୍ବାଚନ ବୈଠକରେ ଉପସ୍ଥିତ ରହିଥିଲେ । ଅପରାହ୍ନ ୨.୩୦ରେ ନିର୍ବାଚନ ଆଇନ ଅନୁଯାୟୀ ଅତିରିକ୍ତ ନିର୍ବାଚନ ଅଧିକାରୀ ରଘୁନାଥ ସ୍ୱାଇଁ ଏହି ତିନିଜଣଙ୍କୁ ନିର୍ବାଚିତ ହେଲେ ବୋଲି ଘୋଷଣା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାମଚନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ପରିଡା, ପରେନ୍ଦ୍ର ପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଓ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚଙ୍କ ପ୍ରତିନିଧି ସୋମନାଥ ମୁଦୁଲି ପ୍ରମୁଖ ଉପସ୍ଥିତ ରହିଥିଲେ ।
 |
| Sakhigopal |
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି