ads

Breaking News

ଡେଲାଙ୍ଗରେ ଜାତୀୟ ଗ୍ରାମୀଣ ମହୋତ୍ସବ ଉଦଯାପିତ

ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତିର ଜନକ ମହାତ୍ମାମାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ତିନିଦିନ ଧରି ଆୟାଜିତ ଜାତୀୟ ଗ୍ରାମୀଣ ମହୋତ୍ସବ ଓ ସ୍ୱଦେଶୀ ମେଳା ଶୁକ୍ରବାର ବିଳମ୍ବିତ ରାତିରେ ଉଦ୍ଯାପିତ ହୋଇଯାଇଛି । ଯେଉଁ ଠାରେ ବାପୁଜୀ ସାତଦିନ ସାତ ରାତି ରହିଥିଲେ  । ସେହି କଥାକୁ ମନେ ପକାଇବା ସହ ଆଜିର ଯୁବ ସମାଜ ମହାତ୍ମା ଗାନ୍ଧୀ ନିତି ଓ ଆଦର୍ଶକୁ ଗ୍ରହଣ କରି ପାରିଲେ ନିଶ୍ଚୟ ସଫଳତା ପାହଚ ସ୍ପର୍ଶ କରିପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ  ।  କବି ତଥା ପ୍ରଫେସର ଶଶାଙ୍କ ଚୁଡମଣି ଆୟୋଜିତ ସଭାରେ ସଂଯୋଜନା କରିଥିଲେ   । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରୀଡାବିତ, ଶିକ୍ଷାବିତ, ସାହିତ୍ୟକ, ପ୍ରଶାସକ ଓ ସାମ୍ବାଦିକ ମାନଙ୍କୁ ପୁରଷ୍କୃତ କରାଯାଇଥିଲା  । ଉଦ୍ଯାପନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଭାଷାବିତ ତଥା ପଦ୍ମଶ୍ରୀ ଡ. ଦେବୀ ପ୍ରଶନ୍ନ ପଟ୍ଟନାୟକ, ସମ୍ମାନୀତ ଅତିଥି ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସକ ମଧୁସୁଦନ ଦାସ,  ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ବିଦ୍ୟାଳୟର ସଭାପତି ତଥା ଅଧ୍ୟକ୍ଷା ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ,   ବିଦ୍ୟାଳୟର ପୁରାତନ ଛାତ୍ର ପରିଷଦର ସଭାପତି ଅଧ୍ୟାପକ ତ୍ରିନାଥ ପରିଡା , ସୁଦର୍ଶନ ପ୍ରଧାନ, ନିରଞ୍ଜନ ପାତ୍ର ଡେଲାଙ୍ଗ ବ୍ଳକ ଶିକ୍ଷା ଅଧିକାରୀ , ସମିତା ମଣ୍ଡଳ ପ୍ରମୁଖ ଯୋଗଦେଇଥିଲେ  ।  ବିଦ୍ୟାଳୟର ପୂର୍ବତନ ସଭାପତି ତଥା ଶିକ୍ଷାବିତ୍ ଜଟାଧାରୀ ପରିଡା ଉଦ୍ଯାପନ ସଭାରେ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା , ପ୍ରଧାନ ଶିକ୍ଷକ ହୃଷିକେସ ବଳିୟାରସିଂହଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ମାନେ ସଭା ପରିଚାଳନାରେ ସହଯୋଗ କରିଥିଲେ  ।  । ରାତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts