ads

Breaking News

ତିନୋଟି ସନ୍ତାନ ଯୋଗୁଁ ସରପଞ୍ଚ ପଦବୀ ହରାଇଲେ

ପିପିଲି-----ପୁରୀ ଜିଲ୍ଲାର ପିପିଲି ବ୍ଲକ ନୁଆଶାସନ ପଞ୍ଚାୟତର ସରପଞ୍ଚ ଥିବା ପ୍ରଫୁଲ୍ଲ କୁମାର ମେକାପଙ୍କର ତିନୋଟି ସନ୍ତାନ ଥିବା ନେଇ କୋର୍ଟ ଅଯୋଗ୍ୟ ଘୋଷଣା କରିବା ସହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଥିବା ସୈାମ୍ୟ କାନ୍ତ ଦାସଙ୍କୁ ସରପଞ୍ଚ ଭାବେ ଘୋଷଣା କରିଥିଲେ । ତେବେ ସୈାମ୍ୟକାନ୍ତ ଙ୍କୁ ସରପଞ୍ଚ ଦାୟିତ୍ୱ ଦେବା ବିଡିଓ ପିପିଲି ବିଳମ୍ବ କରିବାକୁ କୁ ନେଇ ବିଜେପି ପକ୍ଷରୁ ୬ଘଣ୍ଟା କାଳ ବିଡିଓ କୁ ଘେରାଉ କରିବା ସହ ଧାରଣା ଦିଆଯାଇଥିଲା । ସମସ୍ତ ଆଲୋଚନା ପରେ ଅଦାଲତ ର ଆଦେଶ କୁ କାର୍ଯ୍ୟକାରି କରିବା କୁ ନେଇ ନିଷ୍ପତ୍ତି ହେବାରୁ ଆନ୍ଦୋଳନ ହଟିଥିଲା । ଗୁରୁବାର ପିପିଲି ଥାନା ଅଧିକାରି ଶରତ କୁମାର ସାହୁ ଙ୍କ ଉପସ୍ଥିତିରେ  ଦିନ୧୨ଘଟିକାରେ ବ୍ଲକ କାର୍ଯ୍ୟାଳୟ ଠାରେ ସୈାମ୍ୟକାନ୍ତ ଦାସଙ୍କୁ ବିଡିଓ ପିପିଲି ଶ୍ୟାମ ସୁନ୍ଦର ଟୁଡୁ ସରପଞ୍ଚ ଭାବେ ଦାୟିତ୍ୱ ପ୍ରଦାନ କରବା ନେଇ ଏକ  ପତ୍ର ସଂଖ୍ୟ ନଂ ୨୩୮/୩୦.୧.୧୯ ଲେଖାଥିବା ଜଣା ପଡିଛି । 
ବିଜୟ କୁମାର ମହାପାତ୍ର

ads

Blog Archive

Popular Posts