ସିଦ୍ଧବଳରାମ ପୀଠରୁ ଚନ୍ଦନପୋଖରୀ ପର୍ଯ୍ୟନ୍ତ ରାସ୍ତାର ଉଭୟପାଶ୍ୱର୍ରେ କୁଡ କୁଡ ଅଳିଆ
ସାକ୍ଷୀଗୋପାଳ--- ପବିତ୍ର ଅଁଳାନବମୀ ଯାତ୍ରା ଶେଷ ହୋଇଯାଇଛି । ବକୁଳବନର ସିଦ୍ଧବଳରାମ ପୀଠରୁ ଚନ୍ଦନପୋଖରୀ ପର୍ଯ୍ୟନ୍ତ ରାସ୍ତାର ଉଭୟପାଶ୍ୱର୍ରେ କୁଡ କୁଡ ଅଳିଆ ଅବର୍ଜନା ଗଦା ହୋଇଛି । ବିଶେଷ କରି ଯାତ୍ରା ସମୟରେ ମନ୍ଦିର ରାସ୍ତାରେ ବିଭିନ୍ନ ରାଜନୈ୍ତିକ ଦଳ ଠାରୁ ଆରମ୍ଭ କରି ସେବା କେନ୍ଦ୍ର ଖୋଲିଥିଲା । ସେମାନେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେବା କେନ୍ଦ୍ର ଗୁଡିକ ଖୋଲିକି ଚାହା, ବିସ୍କୁଟ, ଉପମା, ମଟର, ଖେଚୁଡି ସହ ଅରୁଆ ଭାତ, ଡଲାମା ଓ ଖଟା ଶ୍ରଦ୍ଧାଳୁ ମାନଙ୍କୁ ବାଣ୍ଟଥିଲେ । ମାତ୍ର ସେହି ଖଲି ଦନା ସହିତ ପାଣି ବୋତଲ ଓ ଅସ୍ଥାୟୀ ଜଳଖିଆ ଦେକାନ ଓ ଫାଷ୍ଟଫୁଡ ଦେକାନ, ମକା ଚୋପା ରାସ୍ତା କରରେ କୁଡ କୁଡ ଗଦା ହୋଇଛି । ଏହାକୁ ଏବେ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ପୁରୁଷୋତ୍ତମ ନାୟକଙ୍କ ତତ୍ୱବଧାନରେ କାର୍ଯ୍ୟାଳୟର ହିସାବନିରୀକ୍ଷକ ଜଗତଜ୍ୟୋତି ସାହୁ ଓ ଅନ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଲୋକ ଲଗାଇ ସଫା କରାଯାଉଛି । ପ୍ରତିବର୍ଷ ଏହି ନିୟମରେ ଚାଲିଛି । ଏହା କ’ଣ ପରିବର୍ତ୍ତନ ହୋଇ ପାରିବ ନାହିଁ । ମାତ୍ର ପ୍ରଶ୍ନ ଉଠୁଛି ଯେ ଯେଉଁ ସେବା କେନ୍ଦ୍ର ପକ୍ଷରୁ ଭକ୍ତ ମାନଙ୍କର ସେବା କରୁଛନ୍ତି ସେମାନେ କ’ଣ ଏହି ଅଳିଆ ଗଦା କରିବା କ’ଣ ତାଙ୍କ ସେବାରେ ଲେଖାଯାଇଛି । ସେମାନେ କରିଥିବା ଅଳିଆ ସରକାର ପଇସା ଖର୍ଚ୍ଚ କରି ଉଠାଇବେ । ଯଦି ସେଥିରେ କିଛି ଅସୁବିଧା ବା କୌଣସି ଯାଗାରେ ସଫା ନ ହୋଇ ପାରିଲା ସେଥିପାଇଁ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ଦାୟୀ ରହୁଛି । ସତ୍ୟବାଦୀର ବୁଦ୍ଧିଜୀବୀ ମାନେ କହନ୍ତି ଯେଉଁ ସେବା କେନ୍ଦ୍ର ସେମାନେ ଖୋଲିବେ ସେମାନଙ୍କ ଉପରେ ଅଳିଆ ଉଠାଇବା ପାଇଁ କିଛି କର ଲାଗୁ କରିବା ପାଇଁ ଦାବୀ ହେଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧/୧୧/୨୦୨୫---୧୨,୪୫ Sakhigopal News, 1/11/2025


