ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘ ,ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ବ୍ଳକ ପ୍ରଶାସନର ନିସ୍ପତି ଠାରୁ ସାକ୍ଷୀଗୋପିନାଥ ସେବାୟତ ସଂଘ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ଭିଡକୁ ପରିଲକ୍ଷିତ କରି ନୀତି ନୀଘଣ୍ଟର ବହୁ ଆଗରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାହାଣମେଳା ଦର୍ଶନ କରାଯାଇଛି । ଗୁରୁବାର ରାତ୍ରରୁ ଶୁକ୍ରବାର ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ସାକ୍ଷୀଗୋପିନାଥ ଓ ମା ରାଧାଙ୍କୁ ଦର୍ଶନ କରିବା ପାଇଁ ଲମ୍ବା ଧାଡିରେ ଦର୍ଶନ କରିଥିଲେ । ପୁରୀ ଜିଲ୍ଲାର ଦୁତୀୟ ଗଣ ପର୍ବ ଭାବେ ସାକ୍ଷୀଗେ।।ପଳର ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ପର୍ବ ବେଶ ଜଣାଶୁଣା । ପ୍ରଭୁ ସାକ୍ଷୀଗୋପୀନାଥ ଦେବଙ୍କ ନଟବର ବେଶ ସାଙ୍ଗକୁ ମା ‘ଶ୍ରୀ ରାଧାରାଣିଙ୍କର ଓଡିଆଣୀ ବେଶ । ମହା କାର୍ତ୍ତିକ ମାସରେ ବର୍ଷକୁ ଗୋଟିଏ ଦିନ ତଥା ନବମୀ ତିଥୀରେ ଏହି ଦୁର୍ଲ୍ଲଭ ଦର୍ଶନର ସୁଯୋଗ ଭକ୍ତ ମାନଙ୍କୁ ମିଳିଥାଏ । ସେବାୟତ ମାନେ ଭଣ୍ଡାରମେକାପଙ୍କ ଠାରୁ ସୁନା ଅଳଙ୍କାର ଗ୍ରହଣ କରି ପ୍ରଭୁ ଶ୍ରୀକୃ୍ଷ୍ଣ ଓ ମା ରାଧାଙ୍କୁ ଓଡିଆଣିରେ ବେଶରେ ସଜାଇଛନ୍ତି । ଏହି ବେଶ ବର୍ଷକୁ ଥରେ ଦେଖିବାର ସୁଯୋଗ କିଳିଥାଏ । ଏହି ବେଶରେ ମା ଶ୍ରୀରାଧା ନୂତନ ପାଟଶାଢୀରେ କାଣିଆକଛା ମାରିଥିବା ବେଳେ ମସ୍ତକରେ ସ୍ୱବର୍ଣ୍ଣ କିରଟି, ଅଁଳାମାଳ, ହରଡମାଳ, ବାଘନଖି, ଡେଉଁରିଆ ମାଳ, କମରପଟି,ଦ୍ରାବିଡଚନ୍ଦ୍ର, ମୟୁରବସାଗୁଣା, ନୋଥି, ତାବିଜ, ସେବତୀହାର, ପାଦପଦ୍ମ ,ପାଉଁଜି, ଝୁଣ୍ଟିଆ, ଆଦି ସ୍ୱବର୍ଣ୍ଣ ଅଳଙ୍କାର ପରିଧାନ କରିଥିଲେ । ସେହିପରି ପଣତ କାନିରେ ଗୁଆ, ଦୁବ ଓ ଅରୁଆ ଚାଉଳ ଲୁଗାରେ ଗଣ୍ଠି ପଡି ପଛପଟକୁ ପଡିଥାଏ । ଏହି ବେଶରେ ମା ରାଧା ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ମାତ୍ର ବଷକୁ ଥରେ । ସେଥିପାଇଁ ମନ୍ଦିର ଠାରୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନିରେ ଭକ୍ତ ମାନେ ଦର୍ଶନ କରିଥିଲେ । ସେହିପରି ମନ୍ଦିର ପରିସରରେ ଥିବା ଅଁଳାବୃକ୍ଷ ମୂଳରେ ଜଗଦ୍ଧାତ୍ରୀ ପୂଜା କରିବା ସହ ମହିଳା ମାନେ ଶଙ୍ଖା, ସୁନ୍ଦିୁର, ହଳଦୀ, ବସ୍ତ୍ର, ଫୁଲ, ଚନ୍ଦନ, ଲାଗି କରିବା ସହ ଦୀପ ଓ ପଞ୍ଚମୁରୁଜ ପକାଇ ହୁଳହୁଳି ଦେଇ ପୂଜା କରିଥିଲେ । ଠାକୁରଙ୍କୁ ଅଁଳାକୋଳି ସହିତ ତୁଳସି, ଅଁଳାପତ୍ର ସହିତ ଫୁଲମାଳ ଦେଇ ମାଙ୍କର କରୁଣା ଲାଭ କରିବା ପାଇଁ ପୂଜା କରିଥିଲେ । ଅନ୍ୟ ପକ୍ଷେ ହବିଷାଳି ସାକ୍ଷୀଗୋପିନାଥଙ୍କୁ ଦର୍ଶନ ସାରି ପାଖରେ ଥିବା ସିଦ୍ଧବଳରାମଙ୍କୁ ଦର୍ଶନ କରି ସେଠାରେ ହବିଷାନ୍ନ ରାନ୍ଦି ପ୍ରସାଦ ପାଇଥିବାର ଦେଖାଯାଇଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯାତ୍ରା ଦାଣ୍ଡରେ ଭକ୍ତ ମାନଙ୍କ ପାଇଁ ଚା, ବିସ୍କୁଟ , ପ୍ରସାଦ ବିତରଣ କରାଯାଇଥିଲା । ସେହିପରି ଚନ୍ଦନପୁର ଆକ୍ସି ବ୍ୟାଙ୍କ, ସେଣ୍ଟାଲ ବ୍ୟାଙ୍କ, ଭାରତୀୟ ଷ୍ଟେଟବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କ ,ଓ ସ୍କାଉଟ, ଜେଆରସିସି ପିଲାମାନେ ଧାଡିରେ ଠିଆ ହୋଇଥିବା ଭକ୍ତ ମାନଙ୍କୁ ପାନୀୟ ଜଳ ସହିତ ଟଙ୍କତୋରଣୀ ଓ ବିଭିନ୍ନ ପାନୀୟ ଜଳ ବିତରଣ କରିଥିଲେ । ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ତତ୍ୱବଧାନରେ ମନ୍ଦିରକୁ ବିଭିନ୍ନ ଫୁଲ ମାଳରେ ସଜାଯିବା ସହ ରଙ୍ଗବେରଙ୍ଗର ଆଲୋକ ମାଳରେ ବଜାର ସଜାଯାଇଛି । ସାକ୍ଷୀଗୋପିନାଥ ଓ ମା ରାଧାରାଣୀଙ୍କୁ ଦର୍ଶନ କରିବା ପାଇଁ ଦେବତ୍ତର କମିଣନରାଙ୍କ ସହ ପୁରୀ ସାଂସଦ ଡ. ସମ୍ବିତ ପାତ୍ରଙ୍କ ସହିତ ବିଭିନ୍ନ ପଦାଧିକାରୀ ମାନେ ଆସିଥିବାର ଜଣାପଡିଛି । ପୁରୀ ଏସପି ଶ୍ରର ସିଂହ ଅନେକ ସମୟ ଧରି ଉପସ୍ଥିତ ରହି ଭିଡ ଓ ଯାତ୍ରାକୁ ପରିଚାଳନା କରିଥିଲେ । ମିନା ବଜାର ଓ ପଲ୍ଲିଶ୍ରୀ ମେଳା ପଡିଆ ପାଣି ପଙ୍କରେ ପରିପୁର୍ଣ୍ଣ ହୋଇ ପଡିଛି । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରିଥିଲେ । ସେହି ପାସ କେଳାଙ୍କାରୀ ଲାଗି ରହିଥିଲା । ଏପରିକି ପୋଲିସ ମାନେ ସେମାନଙ୍କ ମନଛୁଆଁ ଓ ସେମାନଙ୍କ ପରିବାର ଲୋକଙ୍କୁ ଛାଡିବାରୁ ସକାଳେ କିଛି ସମୟ ପାଇଁ ସେବାୟତ ସଂଘ ଓ ପୋଲିସଙ୍କ ମଧ୍ୟରେ କଥାକଟା କଟି ହେବା ସହ କିଛି ସମୟ ପାଇଁ ମନ୍ଦିରର ସିଂହଦ୍ୱାର ବନ୍ଦ ରହିଥିଲା । ଏ ବର୍ଷ ସମନ୍ୱୟ ବୈଠକରେ ଯାହା ଆଲେଚନା କରାଯାଇଥିଲା ତାହା କାର୍ଯ୍ୟକାରୀ ହେଲା ନାହିଁ । ରାସ୍ତା ରେ ପାଣି ବୋତଳ, ଦନା, ଅଳିଆ ଅପରଷ୍କାର ହୋଇ ପଡି ରହିଥିଲା । ସଠିକ ଭାବେ ଟ୍ରାଫିକ ନିୟନ୍ତ୍ରଣ ହୋଇ ପାରିନଥିଲା । କିଛି ସମୟ ପାଇଁ କଡା କଡି ଆଇନ ହେବା ପରେ ପୁଣି ଆଇନ ନଥିଲା ।ସେହିପରି ଜିଲ୍ଲା ପ୍ରଶାସନ ବା ବିଧାୟକ ଯେଉଁ ପରି ଭାବେ ଲମ୍ବା ଲାଇନି ନ ହେବା ପାଇଁ ଯେଉଁ ୧୩ ଥାକିଆ ବ୍ୟାରିକେଡ କରିଥିଲେ ମଧ୍ୟ ଲାଇନି ନ ଚାଲିବାରୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହୋଇ ରହିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧୧/୨୦୨୫----୮,୨୫ Sakhigopal News, 31/10/2025