ads

Breaking News

ଓଡିଆ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ ; ବିଭିନ୍ନ ପ୍ରତିଯୋଗିତାରେ ସଫଳ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ପାଞ୍ଚଜଣଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନୀତ

ସାକ୍ଷୀଗୋପାଳ-----ସତ୍ୟବାଦୀ ରେ ପ୍ରତିଷ୍ଠିତ ଓଡିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ୨୦୧୮ ମସିହା ଅକ୍ଟୋବର ୯ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱିବିଦ୍ୟାଳୟର ଭିତିପ୍ରସ୍ଥର ସ୍ଥାପନ କରିଥିଲେ । ଦ୍ୱିତୀୟ ପ୍ରତିଷ୍ଠା ଦିବସ ଭାବେ ବିଶ୍ୱବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଓଡିଆ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ଓଡିଆ ବିଭାଗର ପ୍ରଧ୍ୟାପିକା ଡ. ସମିଷ୍ଠା ମହାପାତ୍ର ଓ ଡ, ସଂଗୀତା ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କୁଳସଚିବ ରଶ୍ମିରେଖା ଦାଶ ଓଡିଆ ବିଶ୍ୱବିଦ୍ୟାଳୟ ସମ୍ପର୍କେ ମତ ପ୍ରକାଶ କରିଥିଲେ । ସ୍ନାତକୋଷର ପରିଷଦର ଅଧ୍ୟକ୍ଷ ଡ. ପ୍ରଦ୍ୟୁମ୍ନ ସ୍ୱାଗତ ଭାଷଣ ହେଇଥିଲେ । ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ଆଜିର ଏହି ଦିନ ଏକ ଐତିହ୍ୟ ଦିବସ ବୋଲି କହିବା ସହ ଏ ମାଟି ହେଉଛି ପୁଣ୍ୟ ମାଟି । ଏଠାରେ ଠିଆ ହୋଇ କଥା କହିବା ଭାଗ୍ୟରେ ଥିଲେ ମିଳେ ବୋଲି ମତ ପ୍ରକାଶ କରିଥଲେ । ସମ୍ମାନିତ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗ ଦେଇ ଆଜିର ଏହି ଦିନ ସତ୍ୟବାଦୀ ନୁହେଁ ଓଡିଶା ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିଛି ବା ରହିବ । ଏହି ମାଟି ରୁ ଓଡିଆ ଭାଷା ପାଇଁ ଗଡିଉଠିଥିଲା ବିପ୍ଳବ । ସେହି ମହାପୁରୁଷଙ୍କ କଥାକୁ ମନେ ପକାଇ ଏଠାରେ ଓଡିଆ ବିଶ୍ୱବିଦ୍ୟାଳୟ ଠିଆ ହୋଇଛି । ଏହି ବିଶ୍ୱବିଦ୍ୟାଳୟ ର ଉନ୍ନତି ପାଇଁ ଏ ସରକାର ବଦ୍ଦପରିକର ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ର. ଦାଶରଥି ଭୁୟାଁ ପ୍ରମୁଖ ଯୋଗ ଦେଇ ଓଡିଆ ଭାଷାର ଉନ୍ନତି କିପରି ହୋଇପାରିବ ସେ ସମ୍ପର୍କେ ମତ ରଖିଥଲେ । ଏହି ଅବସରରେ ଓଡିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡ, ସୁବ୍ରତ କୁମାର ପୁଷ୍ଟିଙ୍କୁ ଙ୍କୁ ପଞ୍ଚସଖା ଭାଷା ସମ୍ମାନ, ଆଚାର୍ଯ୍ୟ ଭାବନନ୍ଦଙ୍କୁ ପଞ୍ଚସଖା ସଂସ୍କୃତି ସମ୍ମାନ, ପ୍ରଫେସର ଦାଶରଥି ଦାସଙ୍କୁ ପଞ୍ଚସଖା ସାହିତ୍ୟ ସମ୍ମାନ,ପହ୍ମଶୀ ପ୍ରତିଭା ଶତପଥି ଙ୍କୁ ପଞ୍ଚସଖା ସାହିତ୍ୟ ସମ୍ମାନ, ପହ୍ମଶୀ ଶ୍ରାମମଣି ଦେବୀଙ୍କୁ ପଞ୍ଚସଖା ସଂସ୍କୃତି ସମ୍ମାନ ସେମାନଙ୍କୁ ଉପଢ଼ୌକନ ଓ ମାନପତ୍ର ସହିତ ଫୁଲତୋଡା ଦେଇ ଅତିଥି ମାନେ ସମ୍ମାନୀତ କରିଥିଲେ । ସେହିପରି ଓଡିଆ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ କପ ଦେଇ ସମ୍ମାନିତ କରିଥିଷଲ । ପ୍ରଫେସର ରାଧାଗୋବିନ୍ଦ ପୁଇଲା ଧନ୍ୟବାଦ ପ୍ରଦାନ କରିଥିଷଲ । ଅପରାହ୍ନରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୦/୨୦୨୫---୬,୧୦ Sakhigopal News, 9/10/2025

ads

Blog Archive

Popular Posts