ପବିତ୍ର ଅଁଳାନବମୀ ଓ ବଡ ଏକାଦଶୀ ପର୍ବ ପାଳନ ପାଇଁ ଦିତୀୟ ସମନ୍ୱୟ ବୈଠକ; ସକାଳ ୫ଟା ଠାରୁ ରାତ୍ର ୧୨.୩୦ ପର୍ଯ୍ୟନ୍ତ ଦର୍ଶନ ; ୩ହଜାର ପାସ ଧାରି ଦର୍ଶନ କରିବେ
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସଭାପତିତ୍ୱରେ ସାକ୍ଷୀଗୋପାଳପଞ୍ଚସଖା ପାଠାଗାର ପରିସରରେ ପବିତ୍ର ଅଁଳାନବମୀ ଓ ବଡ ଏକାଦଶୀ ପର୍ବ ପାଳନ ପାଇଁ ଦିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରୁ ସେବାୟତ ସଂଘ ପକ୍ଷରୁ ସଂଜୟ କୁମାର ନନ୍ଦ କହିଥିଲେ ଯେ ୩୦ ତାରିଖ ରାତି ୧୨.୩୦ରୁ ମନ୍ଦିର ଖୋଲା ହୋଇ ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ଶେଷ କରାଯାଇ ୪ଟାରୁ ସକାଳ ୫ଟା ମଧ୍ୟରେ ସେବାୟତ ଙ୍କ ପରିବାର ଓ ମନ୍ଦିର କାର୍ଯ୍ୟାଳୟର କର୍ମଚାରୀଙ୍କ ପରିବାର ମାନେ ଦର୍ଶନ କରିବେ । ତା ପରଠାରୁ ଅର୍ଥାତ ୫ଟା ଠାରୁ ୩୧ ତାରିଖ ବିଳମ୍ବିତ ରାତି ୧୨.୩୦ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଧାଡିରେ ଦର୍ଶନ କରିପାରିବେ ବୋଲି ଶ୍ରୀ ନନ୍ଦ ବୈଠକରେ କହିଥିଲେ । ସେହିପରି ଏ ବର୍ଷ ୩ ହଜାର ପାସ କରାଯାଇଛି । ୧୩୦୦ ଶହ ପାସ ମନ୍ଦିର ସେବାୟତଙ୍କ ପାଇଁ ରଖାଯାଇଥିବା ବେଳେ ଅନ୍ୟ ୧୭ଶହ ପାସ ମନ୍ଦିର ପ୍ରଶାସନ ବିଭିନ୍ନ ବିଭାଗର ଅଧିକାରୀ ଓ ବିଧାୟକ, ସାଂସଦ ମାନଙ୍କ ପାଇଁ ରଖାଯାଇଛି । ଏହା ସହିତ ୪ଶହଟି ଡ୍ୟୁଟି ପାସ କରାଯାଇଛି ଓ ୩୫୦ ଗୋଟି କାର ପାସ କରାଯାଇଛି ବୋଲି ସତ୍ୟବାଦୀ ତହସିଲଦାର ତଥା ସାକ୍ଷୀଗୋପାଳଦେବଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ପାଣିଗ୍ରାହୀ ବୈଠକରେ ମତ ପ୍ରକାଶ କରିଥିଲେ । ପ୍ରତିବର୍ଷ ଦର୍ଶନାଥୀ ମାନେ ଲମ୍ବାଲାଇନିରେ ମନ୍ଦିର ଠାରୁ ଲେବୁଲକଂସି ପର୍ଯ୍ୟନ୍ତି ଲମ୍ବି ରହୁଥିଲା । ଏ ବର୍ଷ ରାଜ୍ୟ ସରକାର ଓ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ତତ୍ୱବଧାନରେ ୧୧ ଥାକିଆ ବ୍ୟାରିକେଡ କରାଯାଇଛି । ଯାହାକି ଭକ୍ତ ମାନେ ଏବେ ଥଣ୍ଡା ବା ଛାମୁଡିଆ ତଳେ ରହିବେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଦେବତ୍ତର କମିଶନର ରହିତ ରଞ୍ଜନ ମିଶ୍ର ଯୋଗ ଦେଇ ପାସ ନକଲ କରାଯାଇ ପାରିବ ନାହିଁ ବୋଲି କହିଥିଲେ । ଉପଜିଲ୍ଲାପାଳ ରାଜ କିଶୋର ଜେନା ଅଁଳାନବମୀ ଓ ଏକାଦଶୀ ଯାତ୍ରାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚାଳନା କରିବେ । ସେହିପରି ପୁରୀ ଏସପି ପ୍ରତୀକ ଗିତା ସିଂ ବୈଠକରେ ଯୋଗ ଦେଇ ଯେପରିକି ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ଶେଷ ହେବ ସେଥିପାଇଁ ସମସ୍ତ ପ୍ରକାରର ପୋଲିସ ପକ୍ଷରୁ ଉଦ୍ଦ୍ୟମ କରାଯିବ । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା , ବିଡିଓ ଦେବାଶିଷ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବିଶେଷ କରି ବିଦ୍ୟୁତ, ପାନୀୟ ଜଳ, ମାଗଣା ଖାଦ୍ୟ, ରାସ୍ତା ମରାମତି, ଗାଡି ପାକିଂ ସ୍ଥଳ, ଅସ୍ଥାୟୀ ଗୋ ଶାଳା, ଅସ୍ଥାୟୀ ଶୈଚାଳୟ, ପଲ୍ଲୀଶ୍ରୀ ମେଳା ଆଦି ସମ୍ପର୍କେ ଆଲେଚନା କରାଯାଇଥିଲା । ଶେଷରେ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ ମନ୍ଦିର ପ୍ରସ୍ଥାନ ଗେଟରେ କେହି ଯେପରି ଯାଆନ୍ତି ନାହିଁ ସେଥିପ୍ରତି ସମେସ୍ତ ଗୁରୁତ୍ୱ ଦେବାକୁ ନିବେଦନ କରିଥିଲେ । ପଶ୍ଚିମ ଦ୍ୱାର ଦେଇ ଭିଭିଆଇପି ମାନେ ପ୍ରବେଶ କରିବା ପାଇଁ ରହିଥିବା ବେଳେ ଭିଆଇପି ମାନେ ଦକ୍ଷିଣଦ୍ୱାର ଦେଇ ମନ୍ଦିରକୁ ଯାଇ ପାରିବେ ବୋଲି ଜଣାପଡିଛି । ଶେଷରେ ଅତିରିକ୍ତ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ମହାନ୍ତି ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧୦/୨୦୨୫----୭,୨୦ Sakhigopal News, 27/10/2025


