ଆଚାର୍ଯ୍ୟ ହରିହର ଶିଶୁ ଭବନରେରାଷ୍ଟ୍ରୀୟ ଏକତା ଶପଥ ପାଠ
ସାକ୍ଷୀଗୋପାଳ ----ଦେଶର ଏକତା ଓ ଅଖଣ୍ଡତା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସାକ୍ଷୀଗୋପାଳ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଲୌହ ମାନବ ସର୍ଦ୍ଦାର ପଟେଲ ଙ୍କ ଜନ୍ମ ଦିବସ ବା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶପଥ ପାଠ କରାଇଥିଲେ।ଦେଶର ସ୍ବାଧୀନତା ଓ ଅଖଣ୍ଡତା ପାଇଁ ସର୍ଦ୍ଦାର ପଟେଲ ଅନେକ କାର୍ଯ୍ୟ କରିଥିଲେ।ତାଙ୍କ ଜୀବନୀ ଓ ଆଦର୍ଶ ଚିରକାଳ ଆମକୁ ଅନୁପ୍ରାଣିତ କରି ଚାଲି ଥିବ ବୋଲି ଶ୍ରୀ ବେହେରା କହିଥିଲେ।ଏହି ଶପଥ ପାଠରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଶିଶୁ ଭବନର ଅଧିକ୍ଷକ ସୁବୋଧ କୁମାର ସ୍ୱାଇଁ ,ଅନ୍ୟାନ୍ୟ କର୍ମଚାରୀ ଥିଲେ ପ୍ରମୁଖ ଯୋଗ ଦେଇ ଥିଲେ।ପରେ ସମସ୍ତ ଅନ୍ତେବାସୀ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିବା ସହ ପ୍ରଭୁ ଗୋପୀନାଥ ଓ ରାଧାରାଣୀ ଙ୍କ ପାଦ ଦର୍ଶନ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୩୧/୧୦/୨୦୨୫---୮,୨୫ Sakhigopal News,31/10/2025


