ads

Breaking News

ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ରାଷ୍ଟ୍ରୀୟ ସମୂହ ଗାନ ଓ ଭାରତ କୋ ଜାନୋ ପ୍ରତିଯୋଗିତା


ସାକ୍ଷୀଗୋପାଳ ----
ସତ୍ୟବାଦୀ ବ୍ଲକ ନିକଟସ୍ଥ ଏକ କଲ୍ୟାଣ ମଣ୍ଡପରେ ଭରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ, ସତ୍ୟବାଦୀ ବ୍ଲକ ଅଧିନସ୍ତ ବିଦ୍ୟାଳୟ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସମୂହ ଗାନ ଓ ଭାରତ କୋ ଜାନୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦେଶତ୍ମବୋଧ ଜାଗ୍ରତ କରାଇବା ଓ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହା ଏକ ପ୍ରୟାସ। ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବ୍ଲକର ୨୫ ଗୋଟି ବିଦ୍ୟାଳୟରୁ ପ୍ରାୟ ୩ଶହ ଜଣ ଛାତ୍ର ଛାତ୍ରୀ,ଶିକ୍ଷକ,ଅଭିଭାବକ ଯୋଗଦେଥିଲେ । ପ୍ରଥମେ ଜଗନ୍ନାଥ ମହାପ୍ରଭୁ ଓ ପରେ ପରେ ଭାରତ ମାତା ଓ ବିବେକାନନ୍ଦ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ, ସାମୁହିକ ବନ୍ଦେ ମାତଂର ଗାନ କରାଯାଇ ଥିଲା। ପ୍ରରମ୍ଭିକ ଭଜନ ଗାନ କରିଥିଲେ ଶ୍ରୀମତୀ ବନ୍ଦନା ଦାଶ। ଉଦଘାଟନ ପର୍ବରେ ଉପସ୍ଥିତ ଥିଲେ ଅବସର ପ୍ରାପ୍ତ ଅଧ୍ୟାପକ ବୃନ୍ଦାବନ ଚନ୍ଦ୍ର ରଥ, ବି ଭି ପି ରାଜ୍ୟ ସଭାପତି ସତ୍ୟବାଦୀ ଦାଶ, ସତ୍ଯବାଦୀ ଶାଖା ସଭପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର,  ସଚିବ ବିଜୟ କୁମାର ପରିଡ଼ା, ପର୍ଯ୍ୟବେକ୍ଷକ ବିଜୟା ନନ୍ଦିନୀ ଦୁବେ, ବିଶ୍ୱଜିତ୍ ଶତପଥୀ, ବଦ୍ରୀ ନାରାୟଣ ଖୁଣ୍ଟିଆ, ସମାଜସେବୀ ଚକ୍ରଧର ମହାପାତ୍ର, ସମାଜସେବୀ ଜୟଶ୍ରୀ ମହାପାତ୍ର ଓ ବିଶାଖା ଦେବୀ ପ୍ରମୁଖ ଯୋଗଦେଇଥିଲେ। ଭରତ କୋ ଜାଣୋ କାର୍ଯ୍ୟକ୍ରମରେ କନିଷ୍ଠ ବର୍ଗ ରେ ଉପସ୍ଥିତ ଥିଲେ ୧୫ ଟି ଦଳ ଓ ବରିଷ୍ଠ ବର୍ଗରେ ଥିଲେ ୧୯ଗୋଟି ଦଳ। କୁଇଜ୍ ପରିଚାଳନା କରିଥିଲେ କୁଇଜ୍ ମାଷ୍ଟର ଦିଗନ୍ତ ପତି, ବିଭୁ ପ୍ରସାଦ ମହାପାତ୍ର ଓ ଦେବରାଜ ସାହୁ। ଜୁନିଅର କୁଇଜ୍ ରେ ପ୍ରଥମ ଓ ଏ ଭି ସତ୍ୟବାଦୀ, ଦ୍ୱିତୀୟ ସରସ୍ଵତୀ ପରଜା ପଡା ଓ ତୃତୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସାକ୍ଷୀଗୋପାଳ ,ବାସୁକେରା । ସିନିୟର୍ କୁଇଜ୍ ରେ ପ୍ରଥମ ପାରକେଣା ଉଚ୍ଚ ବିଦ୍ୟାଳୟ, ଦ୍ୱିତୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସାକ୍ଷୀଗୋପାଳ ଓ ତୃତୀୟ  ଗୋପୀନାଥ ଦେବ ବିଶ୍ୱାନଥପୁରୁ। ସେହିପରି ସମୂହ ଗାନ ପ୍ରତିଯୋଗିତାରେ ଉପସ୍ଥିତ ୧୩ ବିଦ୍ୟାଳୟ ମଧ୍ୟରୁ ଚାମ୍ପିଅନ ହୋଇଥିଲେ ଓ ଏ ଭି ସତ୍ୟବାଦୀ। ଦେଶାତ୍ମ ବୋଧକ ସଙ୍ଗୀତର ହିନ୍ଦୀ, ସଂସ୍କୃତ ଓ ଓଡ଼ିଆ ବିଭାଗରେ କୃତିତ୍ୱ ହାସଲ କରିଥିଲେ ଓ ଏ ଭି ସତ୍ୟବାଦୀ, ସରକାରୀ ହାଇ ସ୍କୁଲ,ପାରକେଣା,  ତୃତୀୟ ଦେବ ଶୁକଳ ଓ ଶ୍ରୀରାମ ଚନ୍ଦ୍ରପୁର। ସଙ୍ଗୀତ କାର୍ଯ୍ୟକ୍ରମରେ ବିଚାରକ ଥିଲେ  ମନୋଜ କୁମାର ମାଟି, ଦୁର୍ଗା ପ୍ରସାଦ ମିଶ୍ର ଓ ଦିଗମ୍ବର ରଥ। ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ ନିହାର ରଞ୍ଜନ ସ୍ୱାଇଁ, ସୁନିଲ କୁମାର ବେହେରା ଓ ପ୍ରଜ୍ଞା ପାରମିତା ସ୍ୱାଇଁ। ପୁରସ୍କାର ବିତରଣ ଉତ୍ସବ ରେ ସଭା ମଣ୍ଡନ କରିଥିଲେ ନିଧି କୁମର ରାଉତରାୟ, କମିଶନର  ସେଣ୍ଟ  ଜନ ଆମ୍ବୁଲାନ୍ସ, ଭବାନୀ ପଟ୍ଟନାୟକ, ଅବସପ୍ରାପ୍ତ ଏସ ପି ଓ ଶ୍ରୀକାନ୍ତ କୁମର ମିଶ୍ର, ଚେୟାରମେନ ଲୋକ ଅଦାଲତ। ପୁରସ୍କାର ବିତରଣ ଉତ୍ସବ ପରିଚାଳନା କରିଥିଲେ ଟ୍ରେଜର ର ପ୍ରଫୁଲ୍ଲ କୁମାର ପଣ୍ଡା, ଦେବରାଜ ନାୟକ, ବ୍ରହ୍ମା ମହାରଣା। ଅନ୍ୟ ବିଭାଗର ମୁଖ୍ୟ ସହଯୋଗୀ ଥିଲେ ଦେବରାଜ ନାୟକ, ରିତା ତ୍ରିପାଠୀ, ସରୋଜିନୀ ସ୍ୱାଇଁ,ଲିଙ୍ଗରାଜ ସାହୁ, ଅମିୟ ରଞ୍ଜନ ସ୍ବାଇଁ, ଦିବାକର ମହାପାତ୍ର, ପ୍ରଦ୍ୟୁମ୍ନ କର, ମନୋ ରଞ୍ଜନ ଦଳାଇ, ସଂଗ୍ରାମ ମହାପାତ୍ର, ବିଷ୍ଣୁପ୍ରିୟା ବିଶ୍ବାଳ, ବସନ୍ତ ମିଶ୍ର, ସୁଧାକର ମହାପାତ୍ର ଓ ଅନ୍ୟମାନେ। ଧନ୍ୟବାଦ୍ ଅର୍ପଣ କରିଥିଲେ ସମ୍ପର୍କ ଆବାହକ ନବଘନ ଶତପଥୀ।  ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ଶେଷ ହୋଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧୦/୨୦୨୫---୭,୧୫ Sakhigopal News,13/10/2025

ads

Blog Archive

Popular Posts