ଇଙ୍ଗିନାଠି ପଞ୍ଚାୟତରେ, ବାତ୍ୟା ଆଶ୍ରୟସ୍ଥଳୀ ଅନୁଧ୍ୟାନ କଲା ପ୍ରଶାସନ
ଭଂଜନଗର - ବାତ୍ୟା ମେନ୍ଥା ର ମୁକାବିଲା ପାଇଁ, ବେଲଗୁଣ୍ଠା ବ୍ଳକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି । ଏନେଇ ରବିବାର ଦିନ ବାତ୍ୟା ପ୍ରବଣ ଅଞ୍ଚଳ କୁହାଯାଉଥିବା, ଇଙ୍ଗିନାଠି ପଞ୍ଚାୟତରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ଥାନୀୟ ମନ୍ଦିର ଗାଁ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ , ବେଲଗୁଣ୍ଠା ବ୍ଳକ ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ ବ୍ଳକ୍ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚିଥିଲେ । ସ୍ଥାନୀୟ ଅଞ୍ଚଳବାସୀ, ପଞ୍ଚାୟତ ପ୍ରତିନିଧି, ଅଙ୍ଗନୱାଡି କର୍ମୀ ଏବଂ ସ୍ବେଛାସେବୀ ମାନଙ୍କୁ ନେଇ ବାତ୍ୟା ମୁକାବିଲା ସଂକ୍ରାନ୍ତୀୟ ସୂଚନା ଦେଇଥିଲେ । ଅତୀତରେ ଏହି ପଞ୍ଚାୟତରେ ବାରମ୍ବାର ବନ୍ୟା ଓ ବାତ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଣୁ ଏବେ ବାତ୍ୟା ମେନ୍ଥା ର କିଭଳି ମୁକାବିଲା କରାଯିବ ଏବଂ ଲୋକେ ସୁରକ୍ଷିତ ରହିବେ ସେନେଇ ସଜାଗ ରହିବାକୁ ତହସିଲଦାର ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶୁକଦେବ ସ୍ବାଇଁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେଶ୍ କୁମାର ବିଷୋୟୀ, ବହୁମୁଖି ଆଶ୍ରୟସ୍ଥଳୀ ସମ୍ପାଦକ ଶୁଶାନ୍ତ କୁମାର ପୋଲାଇ, ସୁରେନ୍ଦ୍ର ମାହୁନ୍ତ, ସଂଗ୍ରାମ ମାହୁନ୍ତ, ପ୍ରଶାନ୍ତ ବାଡତ୍ୟା, ଅନନ୍ତ ପାତ୍ର, ସନ୍ତୋଷ ପ୍ରଧାନ, ଫିରୋଜ ଗୋଛାୟତ, ଅଙ୍ଗନୱାଡ଼ି କର୍ମୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୬/୧୦/୨୦୨୫---୮,୩୫ Sakhigopal News,26/10/2025


