ରାଜ୍ୟସ୍ତରୀୟୟୂ କରାଟେ ଟମ୍ପିୟାନ୍ ଶିପ୍ ପ୍ରତିଯୋଗିତାରେ ୟ ବି ହାଇସ୍କୁଲ ଛାତ୍ରଙ୍କ କୃତିତ୍ୱ
ଭଞ୍ଜନଗର -କନ୍ଧମାଳ ଜିଲ୍ଲାରେ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍ ବୟସର କରାଟେ ଚମ୍ପିୟାନଶିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିଏମ୍ ଶ୍ରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଭଂଜନଗରର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ୧୨ ବର୍ଷ ବୟସର ଜନୈକ ଛାତ୍ର ପ୍ରିୟାଂଶୁ ଶେଖର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ସହ ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି । ସେ ଏଥିପାଇଁ ତାଙ୍କ ମାତା ସ୍ମିତା ରାଣୀ ପଣ୍ଡା , ପିତା ବିଭୂତି ଭୂଷଣ ନାୟକ , ପ୍ରଧାନ ଶିକ୍ଷକ ମଦନମୋହନ ରଥ , କ୍ରୀଡା ଶିକ୍ଷୟିତ୍ରୀ ସପନେଶ୍ବରୀ ଦିଗାଲ , ଶିକ୍ଷକ ଉମାକାନ୍ତ ନାହାକ ଓ ତାଙ୍କ ନିଜ ପ୍ରଶିକ୍ଷକଙ୍କ ପ୍ରେରଣା ଓ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ମତପୋଷଣ କରିଛନ୍ତି। ତାଙ୍କର ଏହି ସଫଳତାରେ ସମଗ୍ର ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସହପାଠୀ ଓ ଅନ୍ୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୬/୧୦/୨୦୨୫---୮,୨୫ Sakhigopal News,26/10/2025


