ମୋନ୍ଥା" ପ୍ରଭାବରେ,ଗାଲେରୀ ରେ ଛଅ ବଖରା ଭୁଷୁଡି ପଡିଲା
"
ଭଞ୍ଜନଗର – ଭୂଷୁଡି ପଡ଼ିଲା ୬ ଟି ପରିବାର ୬ ବଖରା ଘର ବାତ୍ୟା ମୋନ୍ଥା ର ପ୍ରଭାବରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଭୁଷୁଡି ପଡିଛି । ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଗାଲେରୀ ଠାରେ ଘଟିଛି ଏଭଳି ଘଟଣା । ବାତ୍ୟା କୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଛପର ଘରେ ରହୁଥିବା ଲୋକଙ୍କୁ, ଗାଲେରୀ ରିଲିଫ କେନ୍ଦ୍ରରେ ରଖା ଯାଇଥିଲା । ସଂପୃକ୍ତ ପରିବାରର ଲୋକେ ଘରେ ନଥିଲେ । ଏହି ସମୟରେ ଲଗାଣ ବର୍ଷା ଯୋଗୁଁ, ୬ ଟି ପରିବାରର ୬ ବଖରା ଘର ଭୁଶୁଡ଼ି ପଡ଼ିଥିଲା । ତେବେ କେହି ନ ଥିବାରୁ କାହାରି କିଛି କ୍ଷତି ହୋଇନାହିଁ । ଖବର ପାଇ, ସ୍ଥାନୀୟ ରାଜସ୍ବ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଫେରିଥିବା ଜଣାପଡିଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ, ୨୯/୧୦/ ୨୦୨୫---୭,୨୦ Sakhigopal News,29/10/2025


