ads

Breaking News

ସତ୍ୟବାଦୀ ମଣ୍ଡଳ ବିଦ୍ୟାଳୟ ସ୍ତରୀୟ ଦୈ।ଡକୁଦ ପ୍ରତିଯୋଗିତା ଅନୁଷ୍ଠିତ

 
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର 
 ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ ଦୈ।ଡକୁଦ  ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ସତ୍ୟବାଦୀ ମଣ୍ଡଳ ସ୍ତରୀୟ କ୍ରୀଡା ସଂଗଠନର ସଭାପତିଙ୍କ ତତ୍ବାବଧାନରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସାମନ୍ତରାୟ ଓ ଅନ୍ୟଶାରୀରିକ କ୍ରୀଡା ଶିକ୍ଷକ , ଶିକ୍ଷୟତ୍ରୀ ଙ୍କ ଉପସ୍ଥିତି ରେ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।  ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହୋଇ ଖେଳିବା ସହ ବ୍ଳକର ନାମ ରଖିବାକୁ  ପରାମର୍ଶ ଦେଇଥିଲେ । ଉଦଘାଟନ ସଭାରେ ଶାରୀରିକ କ୍ରୀଡା ଶିକ୍ଷକ ଦାମଦର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ ।ସେହିପରି ଶାରୀରିକ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ଦାମଦର ମିଶ୍ର, ଲିଙ୍ଗରାଜ ସାହୁ, ମୌସୁମି ଦାଶ, ସଂଗ୍ରାମ କେଶରୀ ମହାନ୍ତି , ସନ୍ଦୀପ ତ୍ରିପାଠୀ, ପୁଷ୍ପାଞ୍ଜଳି ଜେନା, ଜୟଶ୍ରୀ ପଣ୍ଡା, ଅମ୍ବିକା ମଲିକ, ବିପିନି ପ୍ରଧାନ, ଅରଜିତି ପ୍ରସାଦ ଗିରି, ପିୟଙ୍କା ଭୋଇ, ସୁରେଶ ସ୍ୱାଇଁ, ଲକ୍ଷ୍ମୀପିୟା ମାନସିଂ,  ସୁଧିରି କୁମାର ସାହୁ,ବିଭୂତି ଭୂଷଣ ପ୍ରଧାନ ପ୍ରସନ୍ନୁ ମହାନ୍ତି ପ୍ରମୁଖ ଖେଳ ପରିଚାଳନା ସହିତ ଜିଲ୍ଲା ସ୍ତରକୁ ପିଲା ଚୟପ କରିଥିଲେ ।  ସିନିଅର ବିଭାଗରେ ୧୦୦,୨୦୦,୪୦୦,୮୦୦, ୧୫୦୦,୩ହଜାର ମିଟର ଦୈ।ଡ଼ ସହ ହାଇଜମ୍ପ,ଲଙ୍ଗଜମ୍ପ, ଡିସକସ ଓ ସଟଫୁଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହିପରି ଜୁନିଅର ବିଭାଗ ରେ୧୦୦,୨୦୦,୪୦୦,୮୦୦, ୧୫୦୦,୩ହଜାର ମିଟର ଦୈ।ଡ଼ ସହ ହାଇଜମ୍ପ,ଲଙ୍ଗଜମ୍ପ, ଡିସକସ  ଓ ସଟଫୁଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
 ସତ୍ୟବାଦୀ ବ୍ଳକର ୨୫ ଗୋଟି ବିଦ୍ୟାଳୟରୁ ୧୫୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଜୁନିଅର ଓ ସିନିଅର ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା 

ads

Blog Archive

Popular Posts