ଜଙ୍ଗଲି ନାଳରେ ଭାସିଗଲେ ଜଣେ ମହିଳା
ଭଂଜନଗର - ଜଙ୍ଗଲି ନାଳରେ ହଠାତ୍ ବନ୍ୟାପାଣି ଆସିଯିବାରୁ, ଭାସିଗଲେ ଜଣେ ମହିଳା । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ, ଉପାନ୍ତ ତଥା ଜଙ୍ଗଲାଞ୍ଚଳ କୁହାଯାଉଥିବା ବିରିକୋଟ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ଖବର ପାଇ ଘଟଣା ସ୍ଥଳରେ ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ, ଭଂଜନଗର ତହସିଲଦାର, ବିଡ଼ିଓ , ଏବିଡିଓ ଏବଂ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚିଛନ୍ତି । ଘଟଣା ସ୍ଥଳରେ ଉଧାର କାର୍ଯ୍ୟ ଜାରି ରହିଥିବା ବେଳେ, ନିଖୋଜ ମହିଳାଙ୍କ ପତ୍ତା ମିଳୁନି । ନିଖୋଜ ମହିଳା ଜଣକ ସେହି ଗାଁର ଅମ୍ବି ନାୟକ (୫୨) ବୋଲି ଜଣା ପଡିଛି । ଖବର ଲେଖା ଶେଷ ସୁଦ୍ଧା ସଂପୃକ୍ତ ଅଞ୍ଚଳରେ ଝିପିଝିପି ବର୍ଷା ସାଙ୍ଗକୁ ଉଧାର କାର୍ଯ୍ୟ ଜାରି ରହିଥିଲା । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ ,୩୦/୧୦/୨୦୨୫---୮,୪୫ Sakhigopal News,30/10/2025


